ରାଜଧାନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗର୍ଜିଲେ ଉଜ୍ଜଳା ଦିଦି
1 min readଭୁବନେଶ୍ବର: ଭୁବନେଶ୍ବରର ମହାତ୍ମାଗାନ୍ଧୀ ମାର୍ଗରେ ଓଡିଶା ଉଜ୍ଜ୍ବଳା ଦିଦି ସଂଘର ଧାରଣା ଓ ବିକ୍ଷୋଭ। ଧୋକାବାଜ ଧମେନ୍ଦ୍ର ପ୍ରଧାନ ୬ ବର୍ଷ ଧରି ମାଗଣା ଖଟାଇଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦି । ଏଭଳି ଅବିଚାର ପ୍ରତି ନ୍ୟାୟ ଏବଂ ଉପଯୁକ୍ତ ପ୍ରାପ୍ଯ ଏବଂ ନିଯୁକ୍ତି ଦାବିରେ ବିକ୍ଷୋଭ କରିଛି ସଂଘ । ଧମେନ୍ଦ୍ର ପ୍ରଧାନ ନିଜକୁ ଉଜ୍ଜ୍ବଳା ମ୍ଯାନ ବୋଲାଉଥିବା ବେଳେ ସେ ଏବେ ଇଗୋ ମ୍ଯାନ ପାଲଟି ଯାଇଛନ୍ତି। ଉଜ୍ଜଳା ଦିଦିଙ୍କୁ ମୋହରା କରି ସଫଳତାର ଡିଣ୍ଡିମ ପିଟିଲେ, ଆଉଏ ଏବେ କାମ ସରିଗଲା ପରେ ଅଳିଆ ପରି ଡଷ୍ଟବିନିନକୁ ଫିଙ୍ଗିଦିଲେ। ୬ ବର୍ଷ ଧରି ଦୁଃଖ କଷ୍ଟରେ ପରିବାର ପୋଷୁଛୁ। ଆମ ଲୁହରେ ଧମେନ୍ଦ୍ର ପ୍ରଧାନ ଭାସିଯିବେ ବୋଲି ଅଭିଶପ ଦେଇଛନ୍ତି ଉଜ୍ଜ୍ବଳା ଦିଦି।
କେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଗରିବ ଲୋକଙ୍କୁ ରିହାତିରେ ଜାଳେଣି ଗ୍ୟାସ ପ୍ରଦାନ ପାଇଁ ଉଜ୍ଜଳl ଯୋଜନା ଆରମ୍ଭ କରିଥିଲେ l ୨୦୧୯ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବା ବେଳେ ଏହି ଯୋଜନାର ପ୍ରଚାର ପ୍ରସାର ତଥା ସଠିକ ପରିଚାଳନା ପାଇଁ ପ୍ରତ୍ୟେକ ପଞ୍ଚାୟରେ ଜଣେ ଓ ଦୁଇଜଣ ଉଜ୍ଜ୍ଵଳା ଦିଦି ମାନଙ୍କୁ ନିଯୁକ୍ତି ଦେଇଥିଲେ l ସେମାନଙ୍କୁ ପ୍ରତି ନୂଆ କନେକ୍ସନ ପାଇଁ ୨୦୦ ଟଙ୍କା ଓ ଗ୍ୟାସ ରିଫିଲିଙ୍ଗ ପାଇଁ ୨୦ ଟଙ୍କା ଦେବା ସହିତ ଆଗାମୀ ଦିନରେ ଅନ୍ୟ ସ୍କିମ ର ପରିଚାଳନା ଦାୟିତ୍ୱ ସହିତ ମାସିକ କିଛି ଦରମା ଦେବାକୁ କହିଥିଲେ l ଖରା, ବର୍ଷା ଓ ଶୀତରେ ଉଜ୍ଜାଲା ଦିଦି ମାନେ ପ୍ରତ୍ୟେକ ଦିନ ବୁଲି ବୁଲି ଯୋଜନା ସମ୍ପର୍କ ରେ ଲୋକଙ୍କୁ ବୁଝାଇବା ସହିତ ଲକ୍ଷ ଲକ୍ଷ କନେକ୍ସନ ମଧ୍ୟ କରାଇଲେ l
ପାଞ୍ଚ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟ କଲେ l ଯୋଜନାର ସଫଳତlର ଶ୍ରେୟ ନେଇ ସେ ନିଜକୁ ଉଜ୍ଜ୍ଵଳା ମ୍ୟାନ ଭାବେ ପରିଚୟ କରାଇଦେଲେ ସତ କିନ୍ତୁ ରାଜ୍ୟରେ ୧୦ ହାଜର ଉଜ୍ଜ୍ଵଳା ଦିଦିଙ୍କୁ ଆଜକୁ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି କାଣି କଉଡ଼ି ଟିଏ ନଦେଇ ଠକି ଆସିଛନ୍ତି l ବିଭିନ୍ନ ସମୟରେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ ଭୋଟ ପାଇଁ ବ୍ୟବହାର ମଧ୍ୟ କରିଛନ୍ତି l ଉଜ୍ବଳା ଦିଦି ମାନଙ୍କୁ ବିଜେପି ସଂଗଠନର କର୍ମକର୍ତ୍ତା ମାନେ ବାରମ୍ବାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।