ଆଧାର ଉପଭୋକ୍ତାଙ୍କ ପାଇଁ ବଡ଼ ଅଫର, ମାଗଣାରେ କରିପାରିବେ ଅପଡେଟ୍
1 min readନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଆଧାର ଉପଭୋକ୍ତାଙ୍କ ପାଇଁ ବଡ଼ ଅଫର । ଏବେ ମାଗଣାରେ କରିପାରିବେ ଆଧାର ଅପଡେଟ । UIDAI ଦେଇଛି ଏହି ବଡ଼ ସୂଚନା । ଯଦି ଆଧାରରେ କୌଣସି ସମସ୍ୟାକୁ ନେଇ ଅପଡେଟ କରିବାକୁ ଚାହୁଁଛନ୍ତି, ତେବେ ମାଗଣାରେ କରିପାରିବେ ଅପଡେଟ । UIDAI ଆଧାର ଅପଡେଟ ପାଇଁ ନେଉଥିବା ଟଙ୍କାକୁ ଏବେ ମୁକ୍ତ କରିଦେଇଛି । ହଁ ଏହା ପୁଣି ସବୁ କ୍ଷେତ୍ରରେ ନୁହେଁ ।
କେବଳ ଯଦି ଆପଣ ଅନଲାଇନ ଜରିଆରେ ଆଧାରରେ କିଛି ପରିବର୍ତ୍ତନ ଜକରିବାକୁ ଚାହୁଁଛନ୍ତି । ତେବେ ମୁକ୍ତ ଅର୍ଥରେ କରିପାରିବେ ବା ଏହି ଅଫରରେ ଲାଭ ଉଠାଇପାରିବେ । କିନ୍ତୁ ଯଦି ଅଫଲାଇନ୍ କରିବାକୁ ଚାହୁଁଛନ୍ତି । ତେବେ ଦେବାକୁ ପଡିବ ଅର୍ଥ । ଅର୍ଥାତ ଅଫ-ଲାଇନ ଯୋଗେଁ ଆଧାରରେ ପରିବର୍ତ୍ତନ କରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡିବ ୫୦ ଟଙ୍କା ।
UIDAI ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଅଫର କେବଳ ତିନି ମାସ ପାଇଁ କାର୍ଯ୍ୟକାରୀ କରାଯିବ । ଆଧାର ହୋଲଡର୍ସ ୧୫ ମାର୍ଚ୍ଚରୁ ୧୪ ଜୁନ ଭିତରେ ଯଦି ଆଧାର ସମ୍ବନ୍ଧୀୟ କୌଣସି ଅପଡେଟ କରିବାକୁ ଯାଉଛନ୍ତି । ତେବେ ମାଗଣାରେ କରି ପାରିବେ । ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଆଧାର କାର୍ଡ- ପାନ କାର୍ଡ ଲିଙ୍କର ଅନ୍ତିମ ତାରିଖ ମାର୍ଚ୍ଚ ୩୧ ରହିଛି । ଯାହାକୁ ନେଇ ଲଗାତାର UIDAI ପକ୍ଷରୁ ଉପଭୋକ୍ତାଙ୍କୁ ପ୍ରୋତ୍ସାହିତ କରାଯାଉଛି । ୧୦ ବର୍ଷରୁ ଅଧିକ ସମୟ ଧରି ରହିଥିବା ଆଧାର ଧାରକ ଯଦି ନୂଆ ନିୟମ ଅନୁଯାୟୀ ଆଧାର ଅପଡେଟ କରିନିଅନ୍ତି । ତେବେ ସେମାନେ ଅନେକ ଯୋଜାନର ଲାଭ ଉଠାଇ ପାରିବେ ।