ଅବୈଧ ହୋଇଗଲା କୋଟି କୋଟି ଲୋକଙ୍କ ଆଧାର କାର୍ଡ !

1 min read
UIDAI Aadhaar PVC Card From Open Market Not Valid

ନୂଆଦିଲ୍ଲୀ: ଆଧାର କାର୍ଡ… ଆଜିକାଲି ଯେଉଁଠିକୁ ବି ଯିବେ, ସେଠି ଦରକାର । UIDAI ପକ୍ଷରୁ ଆଧାର କାର୍ଡ ପେପର ପ୍ରିଣ୍ଟ ହୋଇ ଆସୁଛି । ହେଲେ ସୁବିଧା ପାଇଁ ଅନେକ ଲୋକ ବଜାରରେ ପ୍ଲାଷ୍ଟିକ୍ ଆଧାର କାର୍ଡ ବନାଉଛନ୍ତି । ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା UIDAI । ବଜାରରେ ନିର୍ମିତ ପିଭିସି ଆଧାର କାର୍ଡକୁ ଅବୈଧ ଘୋଷଣା କରାଯାଇଛି । କୁହାଯାଇଛି କେବଳ UIDAI ଦ୍ୱାରା ଜାରି କରାଯାଇଥିବା ପିଭିସି କାର୍ଡ ହିଁ ବୈଧ ଅଟେ । କୌଣସି ବି ବ୍ୟକ୍ତି ମାତ୍ର ୫୦ ଟଙ୍କା ଦେଇ UIDAIରୁ ଏହି ପିଭିସି କାର୍ଡ ମଗାଇ ପାରିବ ।

ବଜାରରେ ତିଆରି ଆଧାର କାର୍ଡ ଅବୈଧ ନେଇ UIDAI ଏକ ଟ୍ୱିଟ୍ କରି ସୂଚନା ଦେଇଛି । ଆଜିର ଦିନର ଆଧାର କାର୍ଡ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ପ୍ରାୟ ସମସ୍ତେ କାର୍ଯ୍ୟରେ ଆଧାର କାର୍ଡ ଲୋଡ଼ା । ଯଦି ଆପଣ ବଜାରରେ ପ୍ଲାଷ୍ଟିକ ଆଧାର କାର୍ଡ ତିଆରି କରିଛନ୍ତି । ତାହେଲେ ବଦଳାଇ ଦିଅନ୍ତୁ । ତୁରନ୍ତ UIDAI ୱେବସାଇଟରୁ ନୂଆ ପିଭିସି ଆଧାର କାର୍ଡ ମଗାନ୍ତୁ ।

UIDAI ଦ୍ୱାରା ଦିଆ ଯାଉଥିବା ପିଭିସି ଆଧାର କାର୍ଡ ଦେଖିବାକୁ ଏଟିଏମ୍ କାର୍ଡ ଭଳି । ଏହାକୁ ଯେ କେହିବି ଅତି ସହଜରେ ପର୍ସରେ ରଖି ପାରିବ । ଏହାକୁ ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତୁତ କରାଯାଇଛି । ଏଥିରେ କ୍ୟୁଆର୍ କୋଡ୍ ମଧ୍ୟ ରହିଛି । ଯାହାକୁ ସ୍କାନ୍ କରି ବ୍ୟକ୍ତିର ପରିଚୟ ତୁରନ୍ତ ପାଇ ହେବ ।

ବଜାରରେ ପ୍ରସ୍ତୁତ ପ୍ଲାଷ୍ଟିକ୍ ଆଧାର କାର୍ଡକୁ ଅବୈଧ କରାଯାଇଛି । UIDAI ୱେବସାଇଟରୁ ଡାଉନଲୋଡ୍ ଆଧାର କାର୍ଡ ଅଥବା ଏମ୍-ଆଧାର, ଆଧାର ପିଭିସି କାର୍ଡକୁ ଯେ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି ।

Leave a Reply