ଅବୈଧ ହୋଇଗଲା କୋଟି କୋଟି ଲୋକଙ୍କ ଆଧାର କାର୍ଡ !
1 min readନୂଆଦିଲ୍ଲୀ: ଆଧାର କାର୍ଡ… ଆଜିକାଲି ଯେଉଁଠିକୁ ବି ଯିବେ, ସେଠି ଦରକାର । UIDAI ପକ୍ଷରୁ ଆଧାର କାର୍ଡ ପେପର ପ୍ରିଣ୍ଟ ହୋଇ ଆସୁଛି । ହେଲେ ସୁବିଧା ପାଇଁ ଅନେକ ଲୋକ ବଜାରରେ ପ୍ଲାଷ୍ଟିକ୍ ଆଧାର କାର୍ଡ ବନାଉଛନ୍ତି । ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା UIDAI । ବଜାରରେ ନିର୍ମିତ ପିଭିସି ଆଧାର କାର୍ଡକୁ ଅବୈଧ ଘୋଷଣା କରାଯାଇଛି । କୁହାଯାଇଛି କେବଳ UIDAI ଦ୍ୱାରା ଜାରି କରାଯାଇଥିବା ପିଭିସି କାର୍ଡ ହିଁ ବୈଧ ଅଟେ । କୌଣସି ବି ବ୍ୟକ୍ତି ମାତ୍ର ୫୦ ଟଙ୍କା ଦେଇ UIDAIରୁ ଏହି ପିଭିସି କାର୍ଡ ମଗାଇ ପାରିବ ।
ବଜାରରେ ତିଆରି ଆଧାର କାର୍ଡ ଅବୈଧ ନେଇ UIDAI ଏକ ଟ୍ୱିଟ୍ କରି ସୂଚନା ଦେଇଛି । ଆଜିର ଦିନର ଆଧାର କାର୍ଡ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ପ୍ରାୟ ସମସ୍ତେ କାର୍ଯ୍ୟରେ ଆଧାର କାର୍ଡ ଲୋଡ଼ା । ଯଦି ଆପଣ ବଜାରରେ ପ୍ଲାଷ୍ଟିକ ଆଧାର କାର୍ଡ ତିଆରି କରିଛନ୍ତି । ତାହେଲେ ବଦଳାଇ ଦିଅନ୍ତୁ । ତୁରନ୍ତ UIDAI ୱେବସାଇଟରୁ ନୂଆ ପିଭିସି ଆଧାର କାର୍ଡ ମଗାନ୍ତୁ ।
#AadhaarEssentials
We strongly discourage the use of PVC Aadhaar copies from the open market as they do not carry any security features.
You may order Aadhaar PVC Card by paying Rs 50/-(inclusive of GST & Speed post charges).
To place your order click on:https://t.co/AekiDvNKUm pic.twitter.com/Kye1TJ4c7n— Aadhaar (@UIDAI) January 18, 2022
UIDAI ଦ୍ୱାରା ଦିଆ ଯାଉଥିବା ପିଭିସି ଆଧାର କାର୍ଡ ଦେଖିବାକୁ ଏଟିଏମ୍ କାର୍ଡ ଭଳି । ଏହାକୁ ଯେ କେହିବି ଅତି ସହଜରେ ପର୍ସରେ ରଖି ପାରିବ । ଏହାକୁ ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତୁତ କରାଯାଇଛି । ଏଥିରେ କ୍ୟୁଆର୍ କୋଡ୍ ମଧ୍ୟ ରହିଛି । ଯାହାକୁ ସ୍କାନ୍ କରି ବ୍ୟକ୍ତିର ପରିଚୟ ତୁରନ୍ତ ପାଇ ହେବ ।
ବଜାରରେ ପ୍ରସ୍ତୁତ ପ୍ଲାଷ୍ଟିକ୍ ଆଧାର କାର୍ଡକୁ ଅବୈଧ କରାଯାଇଛି । UIDAI ୱେବସାଇଟରୁ ଡାଉନଲୋଡ୍ ଆଧାର କାର୍ଡ ଅଥବା ଏମ୍-ଆଧାର, ଆଧାର ପିଭିସି କାର୍ଡକୁ ଯେ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି ।