ମେ’୨ରୁ ୟୁଜିସି ନେଟ୍‌ ପରୀକ୍ଷା, ଆରମ୍ଭ ହେଲାଣି ଅନ୍‌ଲାଇନ୍‌ ଆବେଦନ

1 min read

ନୂଆଦିଲ୍ଲୀ: ୟୁଜିସି ନେଟ୍‌ ପରୀକ୍ଷା ପାଇଁ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ସେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜାତୀୟ ଟେଷ୍ଟିଂ ଏଜେନ୍ସି ଜୁନିର ରିସର୍ଚ୍ଚ ଫେଲୋସିପ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ହେଉଥିବା ଏହି ପରୀକ୍ଷା ଚଳିତ ବର୍ଷ ମେ’ ମାସରେ ଆୟୋଜିତ ହେବ ।

ପରୀକ୍ଷା ଗୁଡ଼ିକ;- ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଓ ୧୭ ମେ’ ୨୦୨୧ ତାରିଖରେ ଆୟୋଜିତ ହେବ । ଏହାସହ ସେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଉଜ୍ଜଳ ଭବିଷ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଦୁଇ ଫେବ୍ରୁଆରୀରୁ ଆରମ୍ଭ ହୋଇସାରିଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨ ବୋଲି ଘୋଷଣା କରାଯାଇଛି ।

ସମସ୍ତ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯିବ । ଗୋଟିଏ ସିଫ୍ଟ ସକାଳ ୯-୧୨ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ରୁ ସନ୍ଧ୍ୟା ୬ । ପରୀକ୍ଷାର ମାଟ ସମୟ ୩ ଘଣ୍ଟା । ଆବେଦନ କରିବା ପାଇଁ ଫସ୍‌ ୩ ତାରିଖ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି ।

Leave a Reply