ଦେଶର ସବୁ ବିଶ୍ୱବିଦ୍ୟାଳୟ ଖୋଲିବ କୋଭିଡ୍-19 ସେଲ,ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର

1 min read

ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶର ଅନେକ ଜିନିଷରେ ପରିବର୍ତ୍ତନ ଆସିଛି । ପ୍ରତ୍ୟେକ କାର୍ଯ୍ୟରେ ସରକାର ସତର୍କତା ଅଗବଲମ୍ବନ କରୁଛି । ତେବେ ନିକଟରେ ୟୁଜିସି ନୂଆ ଗାଇଡଲାଇନ୍ ଜାରି କରିଛି । ଦେଶର ସବୁ ବିଶ୍ୱବିଦ୍ୟାଳୟରେ ଖୋଲିବ କୋଭିଡ୍‌-19 ସେଲ । ଏନେଇ ସବୁ ବିଶ୍ୱବିଦ୍ୟାଳୟକୁ ଗାଇଡଲାଇନ୍‌ ଜାରି କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ଏହାସହ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । 011-23236374 ମାଧ୍ୟମରେ କଲ କରି ଛାତ୍ରଛାତ୍ରୀମାନେ ଅଭିଯୋଗ ଦାଖଲ କରିବା ସହ ସୂଚନା ପାଇପାରିବେ ।

ଏହାସହ ୱେବ୍‌ସାଇଟ୍‌ www.ac.in/grievance/student_reg.aspx ରେ ଅନ୍‌ଲାଇନ୍‌ରେ ଅଭିଯୋଗ ଦାଖଲ କରିପାରିବେ। ଏଥିପାଇଁ ୟୁଜିସି ପକ୍ଷରୁ ଏକ ଟାକ୍ସଫୋର୍ସ ଗଠନ କରାଯାଇଛି । ଏହି ଟାକ୍ସଫୋର୍ସ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକର ସମସ୍ୟା ବୁଝିବେ । ସବୁ ତଥ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ସେମାନଙ୍କ ଓ୍ୱେବସାଇଟ୍‌ରେ ଅପଲୋଡ କରିବାକୁ ୟୁଜିସି ପକ୍ଷରୁ କୁହାଯାଇଛି।

Leave a Reply