ନଭେମ୍ୱର ପହିଲାରୁ ୟୁଜି ଓ ୧୫ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ କଲେଜରେ କ୍ଳାସ୍ କରିବେ

ଭୁବନେଶ୍ୱର: ନଭେମ୍ବର ୧ରୁ ଖୋଲିବ ଅଣ୍ଡର ଗ୍ରାଜୁଏଟ ଅର୍ଥାତ ଯୁକ୍ତ ତିନି ପ୍ରଥମ ବର୍ଷ ପାଇଁ କଲେଜ । ନଭେମ୍ବର ୧୫ରୁ ଖୋଲିବ ପିଜି ପ୍ରଥମ ବର୍ଷ ଶିକ୍ଷାନୁଷ୍ଠାନ । ନୂଆ କରି ଆଡମିସନ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଲାସ ରୁମ ଶିକ୍ଷା । ଏ ନେଇ ଉଚ୍ଚ ଶିକ୍ଷା ସଚିବ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହା ସହ ହଷ୍ଟେଲ ମଧ୍ୟ ଖୋଲିବ । କୋଭିଡ ଗାଇଡ଼ଲାଇନ ପାଳନ କରି କ୍ଲାସ ରୁମ ଶିକ୍ଷାଦାନ ଲାଗି ନିର୍ଦ୍ଦେଶ ରହିଛି । ଫେସ୍ ମାସ୍କ ପରିଧାନ, ନିୟମିତ ବ୍ୟବଧାନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମକୁ ସୁନିଶ୍ଚିତ କରିବା ପାଇଁ ଚିଠିରେ ଲେଖାଯାଇଛି ।