ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାରେ ଜମିନ୍ ପର୍ କାର୍ଯ୍ୟକ୍ରମ..

ଭୁବନେଶ୍ୱର: ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାରେ ଜମିନ୍ ପର୍ ”  ନିଆରା କାର୍ଯ୍ୟକ୍ରମ ଆୟୋଜିତ । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ ଠାରେ ଆୟୋଜନ କରାଯାଇଛି । ଟ୍ରଷ୍ଟର ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେଠାରେ ଥିବା ଗେମ୍ ଜୋନ୍‌ରେ ପିଲାମାନେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଖେଳ ସାମଗ୍ରୀର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ ।

ମଲ୍ ରେ ଥିବା ହଟ୍ ଓ ଡୋମିନେଟ୍‌ରେ ପିଲାମାନେ ନିଜ ମନପସନ୍ଦର ଖାଦ୍ୟ ଖାଇଥିଲେ । ‘ ଉଡ୍ର ’ ଚାରିଟେବୁଲ୍ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟ ସ୍ରୋତରେ ଯେଉଁମାନେ ନାହାଁନ୍ତି , ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।

ଆଶ୍ରମର ପିଲାମାନେ ଏହି କାର୍ଯ୍ୟକ୍ରମର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ ।ଉଡ୍ର ‘ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଂଜ୍ୟୋତି ଦାସନାୟକ , ଉପସଭାପତି ଡଃ . ସୂର୍ଯ୍ୟ ପ୍ରକାଶ ଏସ୍ . ଚୌଧୁରୀ , ଆଦିତ୍ୟ ଚୌଧୁରୀ , ଏବଂ ‘ ଉଡ୍ର ‘ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ ।