ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ

1 min read

ଭୁବନେଶ୍ବର : ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ପୋଲିସ। ଜଣେ ଛାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କ୍‌ସ୍‌ରେ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ହୋଇଥିଲା ଘଟଣା  । ପୀଡ଼ିତା ମଞ୍ଚେଶ୍ୱର ଥାନାରେ FIR ଦେଇଥିଲେ। ସେହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ କରୁଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ପରେ ଉଦିତକୁ ଗିରଫ କରିଥିବା ସୂଚନା ଦେଇଛି ପୋଲିସ । ଗତକାଲି ବିଳମ୍ଵିତ ରାତିରେ ଉଦିତ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ସୂଚନା ଦେଇଛନ୍ତି ସଂପୃକ୍ତ ଜୋନ୍ ଏସିପି। ଅଭିଯୁକ୍ତ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଧାରରେ ୫ଟି ସଂଗୀନ ଦଫା ଲାଗିଛି। ସେଗୁଡ଼ିକ ହେଲା ୬୪(୧), ୧୨୩, ୨୯୬, ୭୪ ଓ ୩୫୧ (୨) । ପୀଡିତାଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କହିଛି କମିଶନରେଟ ପୋଲିସ।