ମହିଳା ଫ୍ୟାନ୍ସଙ୍କୁ ଚୁମ୍ବନ ଦେଲେ ଉଦିତ୍ ନାରାୟଣ, ଭାଇରାଲ ହେଉଛି ଭିଡିଓ
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଗାୟକ ହେଉଛନ୍ତି ଉଦିତ ନାରାୟଣ । ତାଙ୍କ ଗୀତ ଶ୍ରୋତାଙ୍କୁ ଆଜି ମଧ୍ୟ ବାନ୍ଧି ରଖିଛି । ସଲମାନଙ୍କଠାରୁ ଆରମ୍ଭ କରି ଶାହାରୁଖ ସମସ୍ତଙ୍କ ପାଇଁ ଗୀତ ଗାଇଥିବା ଏହି ଗାୟକ ପ୍ରାୟ ଘରେ ଘରେ ପରିଚିତ । ତେବେ ଏହି ଜଣାଶୁଣା ଗାୟକଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଉଦିତ୍ ଜଣେ ମହିଳା ଫ୍ୟାନ୍ସଙ୍କୁ ଚୁମ୍ବନ ଦେଉଛନ୍ତି । ଏକ ଲାଇଭ ସୋ ସମୟର ଏହି ଦୃଶ୍ୟ । ତେବେ ପ୍ରଥମେ ସେଲଫି ଉଠାଇଛନ୍ତି ଏବଂ ପରେ ଚୁମ୍ବନ ଦେଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।
ତେବେ ଭାଇରାଲ ହେଉଥିବା ଭିଡିଓରୁ ଜଣା ପଡ଼ୁଛି କି, ଉଦିତ୍ ନାରାୟଣ ବେଶ ହିଟ୍ ହୋଇଥିବା ଗୀତ ଟିପଟିପ୍ ବର୍ଷା ପାଣି ଗୀତ ଗାଉଛନ୍ତି । ତେବେ ଏହି ଘଟଣାକୁ ନେଇ ଉଦିତ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ଫ୍ୟାନ୍ସମାନେ କଳାକାରଙ୍କ ପାଖରେ ପାଇ ବେଶ ଖୁସି ହୋଇଥାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଯେଭଳି ଭାବେ ଭାଇରାଲ କରାଯାଉଛି ତାହା ସେମିତି କିଛି ନୁହେଁ ।