ଶରଦଙ୍କ ଦମ୍ଭୋକ୍ତି: କହିଲେ, ଆମେ ସରକାର ଗଢ଼ିବୁ
1 min readମହାରାଷ୍ଟ୍ରରେ ଏନ୍ସିପି ନେତା ଅଜିତ୍ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଛି ବିଜେପି । କିନ୍ତୁ ଏବେ ବି ଚାଲିଛି ଛକାପଞ୍ଝା । ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ଓ ସେମାନେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବେନି ବୋଲି କହିଛନ୍ତି ଏନ୍ସିପି ଓ ଶିବସେନା । ଆମ ପାଖରେ ୧୭୦ ସଂଖ୍ୟା ରହିଛି, ଆମେ ହିଁ ମହାରାଷ୍ଟ୍ରରେ ସରକାର ଗଢ଼ିବୁ ବୋଲି ପ୍ରେସ୍ମିଟ୍ରେ ଦମ୍ଭୋକ୍ତି ଦେଖାଇଛନ୍ତି ଶରଦ ପାଓ୍ୱାର । ଏଥିସହ ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ବୋଲି କହିଛନ୍ତି ଏନ୍ସିପି ନେତା ଶରଦ ପାଓ୍ୱାର ।
ଅପରପକ୍ଷରେ ବିଜେପିକୁ କଟୁ ସମାଲୋଚନା କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ । ଏନସିପି କି ଶିବସେନାର ଏଭଳି ବିଚାରଧାରା ନୁହେଁ । ସାରାଦେଶରେ ଗଣତନ୍ତ୍ରକୁ ନେଇ ଏକ ଖେଳ ଚାଲିଛି । ଯାହା ଦେଶବାସୀଙ୍କୁ ବେଶ୍ ଭଲଭାବେ ଜଣାପଡ଼ିଗଲାଣି । ବିଜେପିର ଏଭଳି ଷଡ଼ଯନ୍ତ୍ର ସରକାର କେବେ ସଫଳ ହେବ ନାହିଁ ବୋଲି କହିଛନ୍ତି ଉଦ୍ଧବ । ଅପରପକ୍ଷରେ ଅଜିତ୍ ପାଓ୍ୱାରଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି ବିଜେପି ନେତା ସଞ୍ଜୟ ରାଉତ । ନିଜ ଫାଇଦା ପାଇଁ ଅଜିତ୍ ଏନସିପିକୁ ଧୋକା ଦେଇ ବିଜେପିରେ ମିଶିଗଲେ । କିନ୍ତୁ ତାଙ୍କ ସହିତ ଯାଇଥିବା ୮ ବିଧାୟକ ମଧ୍ୟରୁ ୫ ବିଧାୟକ ଫେରିଆସିଥିବା କହିଛନ୍ତି ସଞ୍ଜୟ ।
ଅପରପକ୍ଷରେ ଶିବସେନା- ଏନ୍ସିପି-କଂଗ୍ରେସ ଏବେ ବି ଏକଜୁଟ ଅଛନ୍ତି । ସରକାର ଗଠନ ନେଇ ଆମ ତରଫରୁ କୌଣସି ବିଳମ୍ବ ହୋଇନଥିବା ପ୍ରେସମିଟ୍ରେ କହିଛନ୍ତି କଂଗ୍ରେସ ନେତା ଅହମ୍ମଦ ପଟେଲ ।