ଛାତ୍ରଙ୍କୁ ଛୁରୀ ଭୁସିଲେ ଛାତ୍ର, ଅଶାନ୍ତ ଉଦୟପୁର

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ଉଦୟପୁର। ଦୁଇ ସ୍କୁଲ ଛାତ୍ରଙ୍କ ମଧ୍ୟରେ ବଚସାରୁ ଛୁରୀ ଭୁସି ଜଣେ ଛାତ୍ରଙ୍କ ମୃତ୍ଯୁ ପରେ ଅଶାନ୍ତ ହୋଇପଡ଼ିଛି ଉଦୟପୁର।ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷରୁ ଉତ୍ତେଜନା ଲାଗି ରହିଛି। ସହରରେ ପ୍ରତି କୋଣରେ ପୋଲିସ ଫୋର୍ସ ଜଗି ରହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ୨୪ ଘଣ୍ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଲେକସିଟିରେ ମଧ୍ୟ ହିଂସାକାଣ୍ଡ ତେଜିବାରୁ ଆଲର୍ଟରେ ରହିଛି ଭଜନଲାଲ ସରକାର। ଲୋକେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜନତାଙ୍କୁ ଅପିଲ କରିଛି ପ୍ରଶାସନ।ସେପଟେ ଉଦୟପୁରରେ ଅଭିଯୁକ୍ତର ଘର ଉପରେ ହେଲା  ବୁଲଡୋଜର ଆକ୍ସନ। ପୋଲିସ ପ୍ରଶାସନ ପ୍ରତି ମୁହୂର୍ତ୍ତର ଗତିବିଧି ଉପରେ ନଜର ରଖିଛି। ଛୁରୀ ମାଡ଼ ପରେ ଆହତ ଛାତ୍ରଙ୍କର ଏମବି ହସ୍ପିଟାଲରେ ଚାଲିଛି ଚିକିତ୍ସା। ଆହତ ଛାତ୍ରଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଚିକିତ୍ସା ଲାଗି ଜୟପୁରରୁ ୩ ଡାକ୍ତରଙ୍କୁ ନେଇ ଏକ ଟିମ ଆସି ପହଞ୍ଚିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସହରରେ ସମସ୍ତ ସ୍କୁଲ ବନ୍ଦ ରହିବ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ଵାରୋପ କରିଛି ଜିଲ୍ଲା ପ୍ରଶାସନ।