ଉଦଳା : ଗାଁରେ ବିଦ୍ୟାଳୟ ପାଇଁ ଅଭିଭାବକଙ୍କ ଦାବି। ଅସହ୍ୟ ଜାଡରେ ସକାଳୁ ରାତି ଯାଏଁ ଧାରଣାରେ ବସିଲେ ଗ୍ରାମବାସୀ। ମୟୂରଭଞ୍ଜ ଖୁଣ୍ଟା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଛ ଏଭଳି ଚିତ୍ର। ଖୁଣ୍ଟା ଶିକ୍ଷା ବ୍ଲକ ବହଳଦା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ଆଶ୍ରମ ବିଦ୍ୟାଳୟ ହେବା ନେଇ ପ୍ରସ୍ତାବ ହୋଇଥିଲା। ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ହେବ ବୋଲି ଖୁସି ହୋଇଥିଲେ ଅଂଚଳବାସି। ହେଲେ ବହଳଦା ପରିବର୍ତ୍ତେ ତାଡ଼କିଝରଣ ଗ୍ରାମରେ ଉକ୍ତ ବିଦ୍ୟାଳୟ ହେବା ନେଇ ଜାଣିବା ପରେ ଏହାକୁ ବିରୋଧ କରିଛନ୍ତି । କେଉଁ କାରଣରୁ ବିଦ୍ୟାଳୟ ସ୍ଥାନାନ୍ତର କରାଗଲା ତାକୁ ନେଇ ତାତିଛନ୍ତି ଗ୍ରାମବାସୀ । ଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି॥ ବିଇଓ ଓ ଏବିଇଓଙ୍କ ସମେତ ୫ ରୁ ୬ ଜଣ କର୍ମଚାରୀଙ୍କୁ କାର୍ଯ୍ୟାଳୟ ରେ ଅଟକାଇଛନ୍ତି। ଅସହ୍ୟ ଜାଡ଼ରେ ରାତି ସାରା ବିକ୍ଷୋଭ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ନାକେଦମ ହେଇଛି ପ୍ରଶାସନ।

