ଉଦଳା : ଉଦଳା କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବିରେ ଗର୍ଜିଲା ବିଜେଡି। ଉଦଳା ହାଇସ୍କୁଲ ଛକରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି। ଆଜି ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ରେଳ ସଂଯୋଗୀକରଣ ଦାବି ନେଇ ରାଜରାସ୍ତାରେ ଗର୍ଜିଛି। ଖଡ଼କପୁର ଠାରୁ ଯାଜପୁର ରୋଡ଼ ସଂଯୋଗୀ କରିବାକୁ ପୂର୍ବରୁ ଦାବି ହୋଇଛି। ହେଲେ ଏବେ ନୀଳଗିରିରୁ ଉଦଳା ରେଳ ସଂଯୋଗୀକରଣ ନେଇ ଏକ ବିଜ୍ଞପ୍ତି ବାହାରି ଥିବା ବେଳେ ବିଜେଡି ତାହାକୁ ବିରୋଧ କରିଛି। କପ୍ତିପଦା ଉପଖଣ୍ଡ ବାସୀଙ୍କୁ ରାଜ୍ୟ ସରକାର ଭକୁଆ ବନାଉଥିବା ଅଭିଯୋଗ କରାଯାଇଛି। ଯାହାକୁ ଆଧାର କରି ବିଜେଡି ପକ୍ଷରୁ କର୍ମୀ ମାନେ ଗଣ ଧାରଣାରେ ବସିଛନ୍ତି। ଏହା ସହିତ ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି କହିଛି ବିଜେଡି।

