ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଗର୍ଜିଲା ବିଜେଡି

ଉଦଳା : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଗର୍ଜିଲା ବିଜେଡି । ଉଦଳା ମେଡିକାଲ ଉପଖଣ୍ଡ ମେଡିକାଲରେ ଫାଙ୍କା ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ବିଜେଡି ପ୍ରତିବାଦ କରିଛି । ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନଙ୍କ ସହିତ ଶତାଧିକ ବିଜେଡି କର୍ମୀ ଶୋଭାଯାତ୍ରାରେ ବାହାରି ଉଦଳା ବଜାର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହିତ ମେଡିକାଲରେ ସୁଧାର ଆଣିବାକୁ ଦାବି କରିଛି ବିଜେଡି । ଏହା ସହିତ ଉଦଳା ମେଡିକାଲରେ ଏଏସଡିଏମଓ ପଦବୀ ପୂରଣ ସହିତ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର, ସଫେଇ କର୍ମଚାରୀ ସହିତ ଫାଙ୍କା ଥିବା ସମସ୍ତ ପଦବୀ ପୂରଣ ପାଇଁ ଦାବି କରିଛି ବିଜେଡି । ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଫାଙ୍କା ଥିବାରୁ ରୋଗୀମାନେ ଉଚିତ ଚିକିତ୍ସା ସେବା ପାଇପାରୁନାହାନ୍ତି । ତେଣୁ ଏ ଦିଗରେ ନଜର ଦେଇ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।