ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଉଦଳା: ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ସହ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ଦେଉଥିଲେ ପ୍ରଧାନଶିକ୍ଷକ ଓ ମେଟ୍ରୋନ୍ । ମୟୂରଭଞ୍ଜ ଉଦଳା ଥାନା ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।

ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ବ୍ରଜମୋହନ ମାଝୀ ଏବଂ ମେଟ୍ରୋନ୍ ଜୟନ୍ତୀ ପାତ୍ର ଅଶାଳୀନ ବ୍ୟବହାର କରିଥିଲେ । ଏ ବାବଦରେ ବାହାରେ କାହାକୁ କହିଲେ ଅଶ୍ଳୀଳ ଫଟୋ ଭାଇରାଲ କରିଦେବାର ଧମକ ଦେଇଥିଲେ ପ୍ରଧାନଶିକ୍ଷକ ଏବଂ ମେଟ୍ରୋନ୍ । ଯାହାକୁ ନେଇ ନାବାଳିକା ଛାତ୍ରୀର ପରିବାର ଲୋକେ ଏବେ ଉଦଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏ ବାବଦରେ ପ୍ରଧାନଶିକ୍ଷକ ଓ ମେଟ୍ରୋନ୍ କୌଣସି ପ୍ରତିକ୍ରିୟା ଦେବେନି ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୧୫ରୁ କଂଗ୍ରେସ ଦେବ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଡାକରା