spot_img

Latest Posts

ନିଜ ପୁଅକୁ ବଳି ଦେବାକୁ ନେଲେ ବାପା ମାଆ

ନନ୍ଦିଘୋଷ ବ୍ୟୁରୋ: ପିଶାଚ ମାଆ ଓ ବାପାଙ୍କ ନାରକୀୟ କାଣ୍ଡ। ଜନ୍ମ କଲା ପୁଅକୁ ବଳି ଦେବା ପାଇଁ ନେଇଥିଲେ ବାପା ମାଆ। କୌଶଳକ୍ରମେ ପୁଅ ଖସି ଆସିବାରୁ ଖୋଲିଗଲା ମା ବାପାଙ୍କ ଅସଲ ମୁଖା। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀରେ । ପୁଅକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ ବାପା ମାଆ। ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚନା କରିଥିଲେ। ବାପା ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ପୁଅ ଖସି ଆସି ଦୌଡ଼ିଥିଲା। କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା। ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ମାଆ ବାପାକୁ ଧରିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ। ଲୋକଙ୍କ ହାତରୁ ଖସିଯାଇ ପିଶାଚ ବାପାମାଆ ନିକଟସ୍ଥ ହାଣ୍ଡିଫୁଟା ଜଙ୍ଗଲରେ ରାତିତମାମ ରହିବା ପରେ ଆଜି ସକାଳେ ରାସ୍ତାକୁ ବାହାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଅଟକାଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଭୟ ପିଶାଚ ବାପାମାଆଙ୍କ ହାତରେ ଦୌଡି ବାନ୍ଧି ସେମାନଙ୍କୁ ଫାଣ୍ଡିକୁ ନେଇଥିଲା ।  ପୋଲିସ୍ କର୍ମଚାରୀ ଜଣକ ଉଭୟ ବାପାମାଆଙ୍କୁ ପାଖାପାଖି ଦୁଇ କିଲୋମିଟର ଡହ ଡହ ଖରାରେ ଚଲାଇ ଚଲାଇ ନେବା ପରେ ଅଟୋରେ ଫାଣ୍ଡିକୁ ନେଇଥିଲା।

Latest Posts

Don't Miss