ଉବର ଏହି ସହରମାନଙ୍କରେ ଆରମ୍ଭ କଲା ସେବା, ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତା ମୂଳକ

1 min read
Government Slaps OLA Uber And Cab Aggregators With Notices

ନୂଆଦିଲ୍ଲୀ: ଆପ୍ ଆଧାରିତ କ୍ୟାବ ସେବା ଯୋଗାଉଥିବା କମ୍ପାନୀ ଉବର ତା ଗାଡ଼ି ଚଳାଇବାକୁ ନିଷ୍ପତ୍ତି ନେଇଛି । ଏବଂ କହିଛି ଯେ କରୋନା ମହାମାରୀ ମଧ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରୀ ଏବଂ ଡ୍ରାଇଭରଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିବା ସହିତ ଅନେକ ପଦକ୍ଷେପ ନିଆଯାଇଛି ।

ଉବର-ଓଲାକୁ ଅନେକ ସ୍ଥାନରେ ଚଳାଚଳ ପାଇଁ ମଞ୍ଜୁରୀ ଦିଆଯାଇଛି

ସୋମବାର ଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଯାଇଛି । ଏଥିରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ବିଭିନ୍ନ ଶ୍ରେଣୀ ବା ଜୋନରେ  ବାଣ୍ଟିବାର କ୍ଷମତା ଦିଆଯାଇଛି । ରାଜ୍ୟଗୁଡିକର ନିଷ୍ପତ୍ତି ଉପରେ ଆଧାର କରି ଉବର ଏବଂ ଓଲା ଭଳି କମ୍ପାନୀ ବିଭିନ୍ନ ସ୍ଥାନରେ ସେବାକୁ ପୁଣି ଥରେ ଆରମ୍ଭ କରିବାକୁ ସକ୍ଷମ ହେବେ ।

ଉବର ଗ୍ଲୋବାଲର ବରିଷ୍ଠ ନିର୍ଦ୍ଦେଶକ (ଉତ୍ପାଦ ପରିଚାଳନା) ସଚିନ କଂସଲ କହିଛନ୍ତି ଯେ ସୋମବାର ଠାରୁ ଭାରତରେ ଯେଉଁଠାରେ ଉବର ସଞ୍ଚାଳନ ଆରମ୍ଭ ହୋଇଛି, ସେଠାରେ ଯାତ୍ରୀ ଏବଂ ଡ୍ରାଇଭରମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ।

ଲକଡାଉନ ଆରମ୍ଭରୁ ହିଁ ଆପ୍ ଆଧାରିତ କ୍ୟାବ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା

ଆପଣଙ୍କୁ କହି ରଖୁଛୁ ଯେ ମାର୍ଚ୍ଚ ୨୫ ରୁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି ଏବଂ ଏହାର ଚତୁର୍ଥ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି । ଲକଡାଉନ୍ ହେବା ପରଠାରୁ ଦେଶରେ କ୍ୟାବ ଏବଂ ଟ୍ୟାକ୍ସି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଏହି ସହରଗୁଡ଼ିକରେ ଉବର ସେବା ଆରମ୍ଭ ହୋଇଛି

ଯଦିଓ ମେ ୪ ତାରିଖରୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପ୍ରତିବନ୍ଧକକୁ କିଛି ମାତ୍ରାରେ କୋହଳ କରାଯାଇଛି, ଏବଂ କେତେକ ଅଞ୍ଚଳରେ କ୍ୟାବ ଏବଂ ଟ୍ୟାକ୍ସି ଚଳାଇବାକୁ ଅନୁମତି ମିଳିଛି । ତୃତୀୟ ପର୍ଯ୍ୟାୟରେ, ଉବର ଜାମସେଦପୁର, କୋଚି, କଟକ,  ଗୁଆହାଟୀ (ଗ୍ରୀନ୍ ଜୋନ୍)  ସହ ଅମୃତସର, ରୋହତକ, ଗୁରୁଗ୍ରାମ ଏବଂ ବିଶାଖାପାଟନମ୍ (ଅରେଞ୍ଜ ଜୋନ୍) ସମେତ ୨୫ ଟି ସହରରେ କାର୍ଯ୍ୟ ଆରମ୍ଭ କରିବାକୁ ଘୋଷଣା କରିଯାଇଥିଲା । ତେଣୁ ଲକଡାଉନ୍-୪.୦ରେ ମଧ୍ୟ କ୍ୟାବ ଚଳାଯିବ କିନ୍ତୁ ଏହା କେଉଁ ସହର କିମ୍ବା କେଉଁ ଜିଲ୍ଲାରେ ଚାଲିବ ତାର ନିଷ୍ପତ୍ତି ରାଜ୍ୟସରକାର ନେବେ ।

Leave a Reply