୩୦ ନଭେମ୍ବର ପୂର୍ବରୁ କରି ନିଅନ୍ତୁ ଏହି କାମ; ନହେଲେ ବନ୍ଦ ହୋଇଯିବ PF ଆକାଉଣ୍ଟ

1 min read

ନୂଆଦିଲ୍ଲୀ: EPFOରରେ ଆଧାର କାର୍ଡ-UAN ଲିଙ୍କ୍ କରିବ ବାଧ୍ୟତାମୂଳକ କରିଛି EPFO । ଏହି ସବୁକୁ ଲିଙ୍କ୍ କରିବାର ସମୟସୀମା ନଭେମ୍ବର ୩୦ରେ ସମାପ୍ତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଯେଉଁମାନେ ଆଧାର କାର୍ଡ- UAN ଲିଙ୍କ୍ କରିପାରିବେ ନାହିଁ ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହୋଇଯିବ ।

ନଭେମ୍ବର ୩୦ରେ ଶେଷ ହେବାକୁ ଯାଉଥିବା ସମୟସୀମା ଆଉ ବଢ଼ିବ ନାହିଁ । କାହିଁକି ନା ଏହା ପୂର୍ବରୁ EPFO ଆଧାର- UAN ଲିଙ୍କର ସମୟସୀମା ବଢ଼ାଇ ସାରିଛି । ଏହା ପୂର୍ବରୁ ଏହି ସବୁକୁ ଲିଙ୍କ୍ କରିବାର ସମୟସୀମା ୨୦୨୧ ଅଗଷ୍ଟ ୩୦ରେ ଶେଷ ହେବାର ଥିଲା । କିନ୍ତୁ ପରେ ଏହାର ସମୟସୀମା ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ଏହି ସମୟସୀମା ମଧ୍ୟରେ ଯେଉଁମାନେ UAN -ଆଧାରକାର୍ଡ ଲିଙ୍କ୍ କରିନାହାନ୍ତି ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହେବା ସହ ଅନ୍ୟ କ୍ଷତି ମଧ୍ୟ ହୋଇପାରେ ।

EPFO ଏହା ପୂର୍ବରୁ କହିସାରିଛି କି ଯେଉଁମାନେ ଏହି ସମୟସୀମା ମଧ୍ୟରେ UAN-ଆଧାର ଲିଙ୍କ୍ କରିନାହାନ୍ତି ସେମାନଙ୍କ ଆକାଉଣ୍ଟରେ PF ଜମା ବନ୍ଦ ହୋଇଯିବ । ଏହା ବ୍ୟତୀତ ଯେଉଁମାନେ ଲିଙ୍କ୍ କରିନଥିବେ ସେମାନେ PF ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଇ ପାରିବେ ନାହିଁ । ନଭେମ୍ବର ୩୦ ସୁଦ୍ଧା UAN-ଆଧାର ଲିଙ୍କ୍ ନକଲେ ଆଉ ଏକ ବଡ଼ କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ । Employees Deposit Linked Insurance ପାଇଁ ମଧ୍ୟ UAN-ଆଧାର ଲିଙ୍କ୍ ବାଧ୍ୟତାମୂଳକ କରିଛି EPFO । ଯଦି କର୍ମଚାରୀମାନେ ଏହା ନକରନ୍ତି ତେବେ କର୍ମଚାରୀଙ୍କ ଅଂଶର ପ୍ରିମିୟମ ଜମା ହୋଇପାରିବ ନାହିଁ । ଯାହା ଫଳରେ ତାଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବୀମା ମଧ୍ୟ ହରାଇବାକୁ ପଡ଼ିବ ।

 

Leave a Reply