ଜନସଂଖ୍ୟାଠାରୁ ଅଧିକ କୋଭିଡ୍ ଟେଷ୍ଟିଂ କଲା ୟୁଏଇ, ଜାଣନ୍ତୁ ପୁରା ପ୍ରସଙ୍ଗ…

ୟୁଏଇ: ଭାରତରେ ଟେଷ୍ଟିଂ ସଂଖ୍ୟାକୁ ନେଇ ପ୍ରତିଦିନ ସରକାରଙ୍କୁ ସମାଲୋଚନା କରାଯାଉଛି । ଅଧିକ ସଂଖ୍ୟାରେ ଟେଷ୍ଟିଂ ନହେବା କାରଣ ସଂକ୍ରମିତ ଚିହ୍ନଟ ହେଇ ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଏକଥା ସତ ମଧ୍ୟ । କିନ୍ତୁ ବିଶ୍ୱରେ ଏଭଳି ମଧ୍ୟ ଦେଶ ଅଛନ୍ତି, ଯେଉଁମାନେ ଟେଷ୍ଟିଂ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏଭଳି ଏକ ଦେଶ ହେଉଛି ୟୁଏଇ । ଏହି ଦେଶ ଏବେ ନିଜ ଜନସଂଖ୍ୟାଠାରୁ ଅଧିକ ଟେଷ୍ଟିଂ କରି ଚର୍ଚ୍ଚାକୁ ଆସିଛି ।

ଦେଶର ଜନସଂଖ୍ୟା ୯୬ ଲକ୍ଷ ହୋଇଥିବା ବେଳେ ଟେଷ୍ଟିଂ ୧ କୋଟି ଡେଇଁ ସାରିଲାଣି । ୟୁଏଆଇ ସରକାରଙ୍କ ଅଧିକାରୀ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଦେଶରେ କରୋନା ଟେଷ୍ଟିଂର ମାତ୍ରା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି ପ୍ରକ୍ରିୟା କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରୁ ଲାଗୁ ରହିଛି । ତେବେ ପୂର୍ବ ସପ୍ତାହ ଅନୁସାରେ ଟେଷ୍ଟିଂ ୮ ପ୍ରତିଶତ ବଢିଛି । ଯାହା ଫଳରେ ଦେଶରେ ସୁସ୍ଥ ହାରରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି ।

ସେହିଭଳି ମୃତ୍ୟୁ ସଂଖ୍ୟାରେ ବିଶ୍ୱରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଦେଶ ହେଉଛି ୟୁଏଇ । ଏଯାବତ୍ ମାତ୍ର ୪୩୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ଦେଶ ଏବେ ମଧ୍ୟ ଭ୍ୟାକ୍ସିନ ଅନୁସନ୍ଧାନରେ ରହିଥିବା ହେତୁ ଲୋକଙ୍କୁ କରୋନା ସଂକ୍ରମଣର ସନ୍ଦେହ ହେଲେ ତୁରନ୍ତ ଟେଷ୍ଟିଂ କରିବା ପାଇଁ ଅପିଲ୍ କରାଯାଇଛି । ସେହିଭଳି ଶରୀରରେ ଥଣ୍ଡାର ମାତ୍ରା ଅଧିକ ରହିଲେ ଫ୍ଲୁ ପାଇଁ ଟିକା ନେବା ପାଇଁ କୁହାଯାଇଛି ।

Leave a Reply