spot_img

Latest Posts

‘ଓଡ଼ିଶାରେ ୟୁ-ଟର୍ଣ୍ଣ ସରକାର ଚାଲିଛି ; ଗତ ୧୯ ମାସରେ ୧୯ ନିଷ୍ପତ୍ତି ନେଇ ସରକାର ପୁଣି ୟୁ-ଟର୍ଣ୍ଣ ମାରିଛନ୍ତି’

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ୟୁ-ଟର୍ଣ୍ଣ ସରକାର ଚାଲିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଗତ ୧୯ ମାସରେ ୧୯ ନିଷ୍ପତ୍ତି ନେଇ ସରକାର ପୁଣି ୟୁ-ଟର୍ଣ୍ଣ ମାରିଛନ୍ତି l ନିର୍ବାଚନ ପ୍ରତିଶ୍ରୁତି ଦେଇ ଓଡିଶାବାସୀଙ୍କୁ ପ୍ରତାରଣା ଦେଇଛନ୍ତି l ଚିଟଫଣ୍ଡ ଟଙ୍କା ଫେରସ୍ତ, ମାଗଣା ଅବଢା ଦେବା, ୩ଶହ ୟୁନିଟ ମାଗଣା ବିଜୁଳି, ଧାଡ଼ି ଦର୍ଶନ, ସୁଭଦ୍ରା ଯୋଜନାରେ ଏକା ଥରକେ ୫୦ ହଜାର ଘୋଷଣା କରିଥିଲେ, ସ୍କୁଲ ଛାତ୍ର ଛାତ୍ରୀ ମାଗଣା ଡ୍ରେସ ଦେବା ଏପରି ଅନେକ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ l ହେଲେ ସରକାରକୁ ଆସିଲା ପରେ ତାହା ଦେଲେ ନାହିଁ ବୋଲି ଅଭିଯୋଗ କରି ବର୍ଷିଛି କଂଗ୍ରେସ । ଗୁଟୁଖା, ପ୍ରଦୂଷଣ, ପଂଚାୟତ ନିର୍ବାଚନ, ଛାତ୍ର ସାଂସଦ ନିର୍ବାଚନ ଠାରୁ ଆରମ୍ଭ ଅନେକ ନିଷ୍ପତ୍ତି ନେଇ ତାକୁ ସରକାର ପୁଣି ପ୍ରତ୍ୟାହାର କରିଛନ୍ତି l ବିଜେପି ସରକାର ରିମୋଟରେ ଚାଲିଛି l ଯାହା ଫଳରେ ନିଷ୍ପତ୍ତି ନେଇ ପାରୁନାହାନ୍ତି l ଥରେ ଓଡିଶାବାସୀ ଭୁଲରେ ବିଜେପିକୁ ଶାସନକୁ ଆଣିଛନ୍ତି । ତେଣୁ ବିଜେପି ଓଡିଶାକୁ ଲୁଟୁଛି l ବିଜେପି ଜାଣି ସାରିଛି ଆଉ କେବେ ସରକାରକୁ ଆସିବେନି l ତେଣୁ ଦଳ ଓଡ଼ିଶାବାସୀଙ୍କ ପାଇଁ କୌଣସି କାମ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ।

Latest Posts

Don't Miss