Viral Video: ଜଳପ୍ରପାତରୁ ଡେଇଁ ୨ ଯୁବକ ନିଖୋଜ; ଆତ୍ମହତ୍ୟା ସନ୍ଦେହ

ନୂଆପଡା: ନୂଆପଡାରେ ଜଳପ୍ରପାତରେ ପଡି ଗୋଟିଏ ଦିନରେ ୨ ଜଣ ନିଖୋଜ ହୋଇଛନ୍ତି । ସୁନାବେଡା ଅଭୟାରଣ୍ୟର ଗୋଧସ୍ ଜଳପ୍ରପାତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବଲାଙ୍ଗିର ଜିଲ୍ଲା ଟିଟଲାଗଡ ଥାନା ସାଗନାମୁଣ୍ଡାର ମହେଶ ନାଗ ନିଖୋଜ ହୋଇଛନ୍ତି ।
ସେହିପରି ବେନିଆଧସ ଜଳପ୍ରପାତରେ ପଡି ନିଖୋଜ ହୋଇଛନ୍ତି କୋମନା ଥାନା ବିଶିବାହାଲ ଗାଁର ମନୁ ସଲମା । ଉଭୟ ବୁଲିବାକୁ ଆସିଥିବା ବେଳେ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ଏକ ଭିଡିଓ ହସ୍ତଗତ ହୋଇଛି । ଯେଉଁଥିରେ ଜଣେ ଯୁବକ ଜଳପ୍ରପାତ ଉପର ଭାଗରୁ ତଳକୁ ଡେଉଁଛନ୍ତି ।