spot_img

Latest Posts

ଦୁର୍ଘଟଣା ପରେ ପୋଖରୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

ଯାଜପୁର:  ଯାଜପୁର ଟାଉନ- ବରୁହାଁ  ୨୦ ନଂ ଜାତୀୟ ରାଜପଥ ରାସ୍ତାର କବୀରପୁର ଠାରେ ଭାରସାମ୍ୟ ହରାଇ ପୋଖରୀରେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଯାଜପୁର ଟାଉନ ଅଞ୍ଚଳର ହୋଇଥିବା ବେଳେ ଜଣକଙ୍କ ନାମ ଅଭିଜିତ  ଉପାଧ୍ୟାୟ(୨୧) ଓ ଅନ୍ୟ ଜଣେ ସୁଶିଲ ରାୟ(୨୫)। ସେମାନେ ଗତକାଲି ଘରୁ ନିଜର  ବଜାଜ୍ ପଲସର ବାଇକରେ କଟକ ଯାଇଥିଲେ। କିନ୍ତୁ ଯିବା ବାଟ‌ରେ  ବଙ୍କାଣିଆ ରାସ୍ତାରେ କୌଣସି ମତେ ଭାରସାମ୍ୟ ହରାଇ ପୋଖରୀ ଭିତରୁ ପଶି ଯାଇଥିଲେ। ରାତିର ଘଟଣା ହୋଇଥିବାରୁ ଏହାକୁ ଅନ୍ୟ ଯାତ୍ରୀମାନେ ମଧ୍ୟ ଜାଣିପାରିନଥିଲେ।  ତେବେ ଆଜି ସକାଳୁ କିଛି ଲୋକ ଗୋଟିଏ ହେଲମେଟ ଭାସୁଥିବା ଦେଖିବା ସହ ପୋଖରୀ ମୂଳରେ ବାଇକଟିଏ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ଗ୍ରାମାବାସୀଙ୍କ ଖୋଜାଖୋଜି ବେଳେ ପୋଖରୀରୁ ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର କରି ଯାଜପୁର ଟାଉନ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।  ଘଟଣା ପରେ ମେଡିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Latest Posts

Don't Miss