ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ୨ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରତ୍ୟାହାରକୁ ପୂରିଲା ଦୁଇ ବର୍ଷ। ସଂସଦରେ ଅନେକ ବାଦବିବାଦ ପରେ ହଟିଥିଲା ଧାରା ୩୭୦। ଗୃହିତ ହୋଇଥିଲା ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍। ଏହି ବିଲ୍ ଗୃହିତ ହେବା ଯୋଗୁ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ତେବେ ଜାମ୍ମୁ ଓ କାଶ୍ମୀରର ବିଧାନସଭା ରହିଥିବାବେଳେ ଲଦାଖର ବିଧାନସଭା ରହି ନଥିଲା। ୩୭୦ ଧାରା ଉଚ୍ଛେଦକୁ ନେଇ ସରକାର ଦେଖାଇଥିଲେ ନାନା ପ୍ରତିଶ୍ରୁତି ଓ ବିକାଶର ସ୍ୱପ୍ନ । ଏପରିକି ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ହେବ ବୋଲି ଗୃହରେ କହିଥିଲେ। ମାତ୍ର ଦୁଇ ବର୍ଷ ପରେ ବି ସ୍ଥିତି ରହିଛି ପୂର୍ବବତ। ସରକାର କହିଥିଲେ ଲୋକଙ୍କ ନିକଟରେ ପହଞ୍ଚିପାରିବ ବିକାଶ। ଭୋଟବ୍ୟାଙ୍କ ରାଜନୀତି ଓ ଶୋଷଣ ବନ୍ଦ ହେବ। ଏହି ଧାରା ରହିବା ଯୋଗୁ ଲୋକଙ୍କ ବିକାଶ ପ୍ରଭାବିତ ହେଉଥିଲା। ଯେଉଁମାନେ ନାଗରିକତ୍ୱ ପାଇନାହାନ୍ତି ସେମାନେ ଏହା ପାଇବେ। ଏହା ସହ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେବ। ମାତ୍ର ଏହି ଧାରା ଉଚ୍ଛେଦର ୨ ବର୍ଷ ପରେ ସ୍ଥିତି ସୁଧୁରିଲା ନାହିଁ। ନା ହୋଇଛି ରାଜ୍ୟର ଆର୍ଥିକ ବିକାଶ ନା କମିଛି ଆତଙ୍କବାଦ।

Leave a Reply