spot_img

Latest Posts

RTOର ଅଜବ ନିୟମ; ଦୁଇ ଚକିଆ ଚାଳକଙ୍କୁ ଚାରି ଚକିଆ ଫାଇନ୍

ନବରଙ୍ଗପୁର: ସିଟ୍‌ ବେଲ୍ଟ ପିନ୍ଧି ନ ଥିବାରୁ ବାଇକ୍‌ ଚାଳକଙ୍କୁ ଫାଇନ ! ୧ ହଜାର ଟଙ୍କାର ଫାଇନ ଲାଗିଛି ବାଇକ ଆରୋହିଙ୍କୁ । ଆରଟିଓରୁ ମୋବାଇଲକୁ ଆସିଛି ମେସେଜ । ଏଭଳି ଘଟଣା ନବରଙ୍ଗପୁରରେ ଚର୍ଚ୍ଚା ସାଉଁଟିଛି । ପାପଡ଼ାହାଣ୍ଡି ବ୍ଲକ କଣ୍ଟାସରୁ ଗାଁର ପୁରନ ପୂଜାରୀଙ୍କୁ ଆସିଛି ଏହି ମେସେଜ । ତାଙ୍କ ବିରୋଧରେ ଆସିଛି ଟ୍ରାଫିକ୍‌ ନିୟମ ଖିଲାପ ଅଭିଯୋଗ ।

କଳାହାଣ୍ଡି ପୋଲିସ ତରଫରୁ ତାଙ୍କ ନାଁରେ ୧ହଜାର ଟଙ୍କାର ଚାଲାଣ କଟାଯାଇଛି । ତେବେ ପୁରଣଙ୍କ କହିବା କଥା, ଘଟଣା ଦିନ ସେ ବିଲରେ କାମ କରୁଥିଲେ ଏବଂ ତାଙ୍କ ବାଇକ ଘରେ ଥିଲା । ତାଙ୍କ ବାଇକର ନଂ ହେଉଛି 0D27B7946 ।  ଅଭିଯୋଗକୁ ଏକ ତ୍ରୁଟି ଓ ଚାଲାଣ ନ ଦେବାକୁ ରୋକଠୋକ ମନା କରିଦେଇଛନ୍ତି ପୁରଣ । ସେପଟେ ନୂଆ ନିୟମ ଲାଗୁ ପରେ ଏଭଳି ତ୍ରୁଟିପୂର୍ଣ୍ଣ ମେସେଜକୁ ନେଇ ବଢ଼ିଛି ଅସନ୍ତୋଷ । କେତେବେଳେ କାର୍‌ ଚଲାଉଥିବା ଲୋକଙ୍କୁ ହେଲମେଟ ନ ପିନ୍ଧିବା ଅଭିଯୋଗରେ ଫାଇନ । ଆଉ ଏବେ ବାଇକରେ ସିଟବେଲ୍ଟ ନ ପିନ୍ଧିଥିବାରୁ ଫାଇନ୍‌ ଦେବାକୁ ଆସିଛି ମେସେଜ । 

Latest Posts

Don't Miss