spot_img

Latest Posts

ଉଠା ଜଳସେଚନ ପଏଣ୍ଟକୁ ଭାଙ୍ଗି ଦୁଇଟି ପାଣି ମୋଟର ଚୋରି

ଢେଙ୍କାନାଳ: ଦୁଇଟି ପାଣି ମୋଟର ଚୋରି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ମଠକରଗୋଳା ଗାଁର ୧ ନମ୍ବର ମାଆ ମଙ୍ଗଳା ପାଣି ପଞ୍ଚାୟତ ଏବଂ ୩ ନମ୍ବର ଶ୍ରୀରାମ ପାଣି ପଞ୍ଚାୟତର ୨ଟି ଉଠା ଜଳସେଚନ ପଏଣ୍ଟରୁ ପାଣି ମୋଟର ଚୋରି ହୋଇଛି। ଗତକାଲି ରାତିରେ ଏହି ୨ଟି  ଉଠା ଜଳସେଚନ ପଏଣ୍ଟକୁ ଭାଙ୍ଗି ମୋଟର ସହିତ ଏକ ସୋଲାର ମେସିନକୁ ମଧ୍ୟ ଦୁର୍ବୃତ୍ତ ଚୋରି କରିନେଇଛନ୍ତି । ଫଳରେ ପ୍ରାୟ ୫୦ ଏକର ଜମିରେ ଜଳସେଚନ ନେଇ ଆଶଙ୍କା ପ୍ରକାଶ ପାଇଛି।

ଗତବର୍ଷ ଏହି ସମୟରେ ୨ଟି ମୋଟର ଚୋରି ହୋଇଥିଲା। ବର୍ଷେ ନପୂରୁଣୁ ଚଳିତବର୍ଷ ସମାନ ଢଙ୍ଗରେ ଦୁର୍ବୃତ୍ତମାନେ ପାଣି ମୋଟର ଚୋରି କରିନେଇଛନ୍ତି। ତୁରନ୍ତ ୨ଟି ଯାକ ଉଠା ଜଳସେଚନ ପଏଣ୍ଟରେ ମୋଟର ଲଗାଇ ଚାଷଜମିରେ ପାଣି ମଡ଼ାଇବା ବ୍ୟବସ୍ଥା କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

Latest Posts

Don't Miss