ଦୁଇ ନିରୀହ ଗ୍ରାମବାସୀଙ୍କୁ ଗୁଳି ମାରିଦେଲେ ଭାରତୀୟ ଯବାନ୍‌

ନୂଆଦିଲ୍ଲୀ:  ଅରୁଣାଚଳ ପ୍ରଦେଶରେ ଅଘଟଣ । ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାରେ ଶୁକ୍ରବାର ସଂଧ୍ୟାରେ ଯବାନଙ୍କ ହାତରେ ଦୁଇ ନିରୀହ ଗ୍ରାମବାସୀଙ୍କ ଗୁଳି ବାଜିଥିଲା । ଉଭୟଙ୍କୁ ଆସାମର ଦିବୃଗଡ଼ର  ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲରେ  ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଯବାନଙ୍କ କହିବା ହେଉଛି  ଚାସା ଗାଁ’ର ୨୮ ବର୍ଷୀୟ ନୋକଫ୍ୟା ଓ୍ୱାଙ୍ଗଡନ ଏବଂ ୨୩ ବର୍ଷୀୟ  ରାମଓ୍ୱାଙ୍ଗ୍‌ ଓ୍ୱାଙ୍ଗସୁ ସଂଧ୍ୟାରେ ମାଛଧରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନଙ୍କ ହାତରେ ଭୁଲବଶତଃ ଉଭୟଙ୍କୁ ଗୁଳି ବାଜିଛି ।   ଯାହାପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

 

ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ହେଉଛି ଜଣଙ୍କର ହାତରେ ଗୁଳି ବାଜିଥିବାବେଳେ

 

 

ଅନ୍ୟ ଜଣଙ୍କର ପାଦ ଆଙ୍ଗୁଠିରେ ଗୁଳି ବାଜିଥିଲା । କିନ୍ତୁ ଉଭୟ ଏବେ ବିପଦମୁକ୍ତ ।

ଉଭୟଙ୍କ ସହିତ ହସ୍ପିଟାଲ ଯାଇଥିବା ଜଣେ ଗ୍ରାମବାସୀଙ୍କ କହିବା ହେଉଛି ଏହି ଗୁଳି ଯବାନଙ୍କ ଦ୍ୱାରା ବାଜିଥିଲା । ଦୁଃଖର ବିଷୟ ହେଉଛି ଉଭୟ ଅନାଥ । ତେବେ ସରକାର ଉଭୟଙ୍କ ପାଇଁ କିଛି କରିବା ଉଚିତ୍‌ ବୋଲି କହିଛନ୍ତି ଉକ୍ତ ଗ୍ରାମବାସୀ ।  

 

ତିରପ ଜିଲ୍ଲାର ସ୍ଥାନୀୟ ବିଜେପି ନେତା କମରାଙ୍ଗ ତେସିଆଙ୍କ କହିବା ହେଉଛି ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଯୋଗାଇବା ପରିବର୍ତ୍ତେ ବିନା ଉଚିତ୍‌ ସୂଚନାରେ ଭାରତୀୟ ଯବାନଙ୍କ ମୂର୍ଖତା ହେତୁ ସାଧାରଣ ଲୋକଙ୍କୁ  ଏକାଧିକ ସମୟରେ କ୍ଷତି ପହଞ୍ଚୁଛି ।

 

ଅନ୍ୟପଟେ କେନ୍ଦ୍ର ସରକାର ଏବେ ତିନୋଟି ରାଜ୍ୟ ଯଥାକ୍ରମେ ଆସାମ, ନାଗାଲାଣ୍ଡ ଏବଂ ମଣିପୁରରେ ସୈନ୍ୟଙ୍କ କ୍ଷମତା ପରିସରକୁ ସୀମିତ କରି ଦେଇଛନ୍ତି । ଏହା ବ୍ୟତୀତ ଏହି ସମାନ ନିୟମ ଅରୁଣାଚଳ ପ୍ରଦେଶର ତିନୋଟି ଜିଲ୍ଲାରେ ମଧ୍ୟ ଲାଗୁ ହୋଇଛି ।