ଓଡ଼ିଶାର ୨ ଗାଁକୁ ଅନ୍ତର୍ଜାତୀୟ ସମ୍ମାନ: ୟୁନେସ୍କୋ ପକ୍ଷରୁ ‘ସୁନାମି ରେଡି କମ୍ୟୁନିଟି’ ସାର୍ଟିଫିକେଟ୍

1 min read

ବ୍ରହ୍ମପୁର,ଜଗତସିଂହପୁର: ଓଡ଼ିଶାର ଦୁଇଟି ଗାଁକୁ ଆନ୍ତର୍ଜାତୀୟ ପୁରସ୍କାର । ସୁନାମିର ଆଗୁଆ ସତର୍କତା ପାଇଁ ଜଗତ୍‌ସି୍ଂହପୁର ଜିଲ୍ଲାର ନୋଳିଆ ସାହି ଏବଂ ଗଞ୍ଜାମ ଜିଲ୍ଲା ଭେଙ୍କଟରୟପୁରକୁ ୟୁନେସ୍କୋ ପକ୍ଷରୁ ମିଳିଛି ସୁନାମି ରେଡି ସାର୍ଟିଫି ମୁମାନ୍ୟତା ପାଇବା ପରେ ଜିଲ୍ଲା ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ସମୁଦ୍ରଠାରୁ ମାତ୍ର ୫୦୦ମିଟର ଦୂରରେ ରହି ସୁନାମି ସତର୍କତା । ସୁନାମିରୁ ଧନଜୀବନ ସୁରକ୍ଷା କ୍ଷେତ୍ରରେ ବିଶେଷ କାମ ପାଇଁ ଜଗତସିଂହପୁର ଜିଲ୍ଲା ଗଡ଼ହରିଶପୁର ପଞ୍ଚାୟତ ନୋଳିଆ ସାହି ଗାଁ ଆନ୍ତର୍ଜାତିକ ପୁରସ୍କାର ଲାଭ କରିଛି । ୟୁନେସ୍କୋ ପକ୍ଷରୁ ଏହି ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ ସିଏସ୍‌ଏମ୍‌ଏମ୍‌ସିକୁ ସମ୍ମାନିତ କରାଯାଇଛି

ସହିଭଳି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ଭେଙ୍କଟରାୟପୁରକୁ ମଧ୍ୟ ସୁନାମି ରେଡି କମ୍ୟୁନିଟି ସାର୍ଟିଫିକେଟ୍ ମିଳିଛି  । ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଏହି ଗାଁର ଲୋକମାନେ ସୁନାମି ସତର୍କ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି । ପୁରୁସ୍କାର ବିତରଣ କାର୍ଯ୍ୟକ୍ରମରେ  ୟୁନେସ୍କୋ-ଆଇଓସି ଅଧିକାରୀ ଡକ୍ଟର ଶ୍ରୀନିବାସ କୁମାର ଟୁମଳା, ଭାରତ ମହାସାଗର ସୁନାମି ସୂଚନା କେନ୍ଦ୍ରର ମୁଖ୍ୟ ଏ.ଏମ୍‌. କୋଡିଜାଟ୍‌, ଇଣ୍ଡୋନେସିଆର ପ୍ରଫେସର ବିଶେଷଜ୍ଞ ଡୁଇକୋରିଟା କର୍ଣ୍ଣାବତୀ, ଓସ୍‌ଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଭେଙ୍କଟରାୟପୁର ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

୨୦୧୯ ଡିସେମ୍ବର ମାସ ୧୪ରେ ୟୁନେସ୍କୋର ଏକ ପ୍ରତିନିଧିମଣ୍ଡଳୀ ଓଡ଼ିଶା ଆସି ଗ୍ରାମବାସୀଙ୍କୁ ଭେଟିବା ସହ ସୁନାମି ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତି ଓ ବିଭିନ୍ନ କୌଶଳ ଅନୁଧ୍ୟାନ କରିଥିଲେ । ପ୍ରତିନିଧି ମଣ୍ଡଳୀ ରିପୋର୍ଟ ଦେବା ପରେ ଏହି ଦୁଇଗାଁକୁ ସୁନାମି ରେଡି ଗାଁ ଭାବେ ପୁରସ୍କାର ମିଳିଛି ।

 

Leave a Reply