ତେଲେଙ୍ଗାନାର କାଚିଗୁଡ଼ା ରେଳ ଷ୍ଟେସନରେ ୨ ଟ୍ରେନ୍ ମଧ୍ୟରେ ଧକ୍କା, ୩୦ରୁ ଅଧିକ ଆହତ

1 min read

ହାଇଦ୍ରାବାଦ : ତେଲେଙ୍ଗାନାର କାଚିଗୁଡ଼ା ରେଳ ଷ୍ଟେସନରେ ୨ଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଦୁଇଟି ଟ୍ରେନ୍ କିଭଳି ସାମ୍ନାସାମ୍ନି ହେଲେ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ତେବେ ଷ୍ଟେସନରେ ଗୋଟିଏ ଟ୍ରେନ୍ ଠିଆ ହୋଇଥିବା ବେଳେ ଅନ୍ୟଟି ଆସିଯିବାରୁ ଧକ୍କା ହୋଇଥିବା ପ୍ରଥମିକଭାବେ ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ନିୟୋଜିତ ହୋଇଛନ୍ତି । ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ୱର ଜାରି କରାଯାଇଛି ।

')}

Leave a Reply