ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟାରେ ବୃଦ୍ଧି ହୋଇଛି ଆଣ୍ଟିବଡି

1 min read

ଭୁବନେଶ୍ୱର: ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟା ଆଣ୍ଟିବଡି ବୃଦ୍ଧି ହୋଇଛି । ତଥାପି ବିପଦର ବଳୟ ଭିତରେ ୪୦ କୋଟି ଲୋକ ଥିବା କହିଛି ଆଇସିଏମଆର । ୬ରୁ ୧୭ ବର୍ଷ ଭିତରେ ୫୦ ପ୍ରତିଶତ ପିଲା ସଂକ୍ରମିତ ହୋଇସାରିଛନ୍ତି ବୋଲି ସେରୋ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି । ୪୫ରୁ ୬୦ ବର୍ଷ ବୟସ୍କ ଭିତରେ ୭୭ ପ୍ରତିଶତ ଲୋକଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି ।

ସେହିଭଳି ୭୬ ପ୍ରତିଶତ ୬୦ ବର୍ଷରୁ ଅଧିକ ଲୋକଙ୍କର ଆଣ୍ଟିବଡ଼ି ବୃଦ୍ଧି ହୋଇଛି । ପ୍ରାକୃତିକ ଉପାୟରେ କରୋନା ଆଣ୍ଟିବଡ଼ି ସୃଷ୍ଟି ହେଉଥିବା ଲୋକମାନେ ଅଧିକ ସୁରକ୍ଷିତ । ICMR ପକ୍ଷରୁ କରାଯାଇଥିବା ସେରୋସର୍ଭେରୁ ଏହା ଜଣାପଡ଼ିଛି । କରୋନାର ପ୍ରଥମ ଲହରରେ ଯେଉଁ ବ୍ୟକ୍ତିଙ୍କର ସେରୋ ସର୍ଭେ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨ହଜାର ୨୩୮ ଜଣ ପୁନଃ ସଂକ୍ରମିତ ନେଇ ଆଉ ଏକ ସର୍ଭେ କରାଯାଇଥିଲା ।

ଏଥିରୁ ଜଣାପଡ଼ିଛି ଯେ, ୧୧ଶହ ୭୦ ଅର୍ଥାତ୍ ୫୨.୦୭ ପ୍ରତିଶତ ବ୍ୟକ୍ତିଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଏହି ସେରୋ ସର୍ଭେ ରିପୋର୍ଟ ଅନୁସାରେ ଦ୍ବିତୀୟ ଲହରରେ ଏହି ଲୋକମାନେ ଅଧିକ ସୁରକ୍ଷିତ । ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ୩ଜଣ ବ୍ୟକ୍ତି ଦ୍ବିତୀୟ ଲହରରେ ପୁନଃ ସଂକ୍ରମିତ ହୋଇଛନ୍ତି । ସେପଟେ ଆଣ୍ଟିବଡ଼ି ହୋଇଥିବା ୧୨୭ଜଣ ଦ୍ବିତୀୟ ଲହରରେ ସଂକ୍ରମିତ ହୋଇଛନ୍ତି ।

Leave a Reply