ପୁଲଓ୍ୱାମାରେ ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ
1 min read
ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ବୁଧବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି ।
ଏଯାବତ୍ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ ।
ପୋଲିସର ସୂଚନା ମୁତାବକ ପୁଲଓ୍ୱାମା ଜିଲ୍ଲାର ଟିକେନ୍ ଅଞ୍ଚଳରେ ଆତଙ୍କବାଦୀ ମାନେ ଛପି ରହିଥିବା ନେଇ ଖବର ମିଳିବା ପରେ ଆଜି ଭୋର୍ ସମୟରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।
ହେଲେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯିବା ପରେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।