ଦୁଇଟି ଭୟଙ୍କର ଦୁର୍ଘଟଣା ୧୨ମୃତ, ୧୬ ଆହତ

1 min read

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ଦିନରେ ଦୁଇ ଦୁଇଟି ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୧୨ଜଣଙ୍କ ଜୀବନ । ସୂଚନା ଅନୁସାରେ ତାମିଲନାଡୁରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ। ଦୁର୍ଘଟଣାରେ ବସରେ ଥିବା ୧୫ ଯାତ୍ରୀ ଆହତ ହୋଇଛନ୍ତି। ତାମିଲନାଡୁ ମଦୁରାନ୍ଥକମ ଚେନ୍ନାଇ-ତ୍ରିଚୀ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ ଘଟିଛି ଦୁର୍ଘଟଣା। ଟ୍ରକକୁ ଓଭରଟେକ୍ କରୁଥିବାବେଳେ ବସଟି ନିୟନ୍ତ୍ରଣ ହରାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ସାମ୍ନା ପଟ୍ଟ ସପୂର୍ଣ୍ଣ ଭାଙ୍ଗିଯାଇଛି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚେଙ୍ଗାଲପାଟ୍ଟୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିଭଳି ମଧ୍ୟପ୍ରଦେଶ ଇନ୍ଦୋରରେ ମଧ୍ୟ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।।  ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଇନ୍ଦୋର-ଅହମଦାବାଦ ଜାତୀୟ ରାଜପଥ ଘାଟାବିଲ୍ଲୋଡ ନିକଟରେ ଘଟିଛି ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଡ୍ରାଇଭର ଫେରାର୍ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ। ପରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।