ଦୋଳ ଘଟ ଭସାଇବାକୁ ଯାଇ ବୁଡ଼ି ଗଲେ ୨ ଛାତ୍ର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗୋବରଗାଡ଼ିଆ ଅଘଟଣ । ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଦୁଇଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ର ହେଲେ ଯୁକ୍ତ ୩ରେ ପଢୁଥିବା ସୌମ୍ୟ ରଞ୍ଜନ ଦାସ ଓ ନବମ ଶ୍ରେଣୀର ସମ୍ମୃତି ରଞ୍ଜନ ଦାସ । ନିଜର ଅନ୍ୟ ଦୁଇ ବନ୍ଧୁଙ୍କ ସହ ଉଭୟ ଆଜି ପୂର୍ବାହ୍ନରେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।
ଏହି ଦୁଇ ଜଣ ନିଜ ଅଜାଣତରେ ଗଭୀର ପାଣିକୁ ଚାଲି ଯାଇଥିଲେ । ସୌମ୍ୟ ରଞ୍ଜନ ଓ ସ୍ମୃତି ରଞ୍ଜନଙ୍କୁ ଗଭୀର ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ତାଙ୍କର ଦୁଇ ବନ୍ଧୁ । ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଉଭୟ ଦୋଳ ପୂର୍ଣ୍ଣିମା ଘଟ ବିସର୍ଜନ କରି ସାରି ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିବା ବେଳେ ଅଘଟଣ ଘଟିଥିବା ଜଣା ପଡ଼ିଛି ।