ସ୍କୁଟି ରଖି ବ୍ରିଜରୁ ତେଲନଦୀକୁ ଡେଇଁ ପଡ଼ିଲେ ୨ ଭଉଣୀ, ସର୍ଚ୍ଚ ଅପରେସନ୍ ଜାରି

ବଲାଙ୍ଗିର: ତୁଷୁରା ବ୍ଲକ ତେଲନଦୀ ବ୍ରିଜ୍ ଉପରୁ ୨ ଜଣ ଯୁବତୀ ପାଣିକୁ ଡେଇଁ ପଡ଼ିଛନ୍ତି । ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଧରା ରଙ୍ଗର ଏକ ସ୍କୁଟିରେ ଆସି ୨ ଜଣ ଯୁବତୀ ତେଲନଦୀକୁ ଡେଇଁ ପଡ଼ିଥିଲେ । ବ୍ରିଜ୍ ଉପରେ ସ୍କୁଟି ଥିବାବେଳେ ଚପଲ ବି ପଡ଼ିଛି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ।
ଖବର ପାଇ ତୁଷୁରା ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ନଦୀକୁ ଡେଇଁଥିବା ୨ ଜଣ ଦୁଇ ଭଉଣୀ ବୋଲି ଜଣାପଡ଼ିଛି । ସେମାନେ ସ୍ଥାନୀୟ ଅଞ୍ଚଳର ଅନମୋଲ ଅଗ୍ରୱାଲ ଓ ଆଞ୍ଚଲ ଅଗ୍ରୱାଲ । ତେବେ ୨ ଉଭଣୀ କାହିଁକି ନଦୀ ଗର୍ଭକୁ ଡେଇଁଲେ ଜଣାପଡ଼ିନାହିଁ ।