ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଗୋଟିଏ ରାତିରେ ଦୁଇଟି ଲୁଟ୍ ଉଦ୍ୟମ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଗୋଟିଏ ରାତିରେ ଦୁଇଟି ଲୁଟ ଉଦ୍ୟମ । ପାପଡ଼ାହାଣ୍ଡି ସହର ମଧ୍ୟରେ ଥିବା ଆନ୍ଧ୍ରବ୍ୟାଙ୍କର ଏଟିଏମ୍ ଲୁଟ ଉଦ୍ୟମ  । ଗତ କାଲି ବିଳମ୍ବିତ  ରାତିରେ ଦୁର୍ବୁତ୍ତ ମାନେ ପାପଡ଼ାହାଣ୍ଡି  ଏଟିଏମ୍ ର କବାଟ ଭାଙ୍ଗି  ମେସିନ ଭାଙ୍ଗିଥିବା ସୂଚନା ମିଳିଛି ।

 

ଏଟିଏମ୍ ରେ ମେସିନ ଭଙ୍ଗାଯାଇଥିବାବେଳେ ଟଙ୍କା ଲୁଟ ହୋଇନଥିବା  ଜଣାପଡିଛି। ଘଟଣା ସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି । ଏଟିଏମ ରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ଏବଂ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୁତ୍ତ ମାନଙ୍କ ବିଷୟରେ ସଠିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି ।

ଅପରପକ୍ଷରେ ସହରରେ ଥିବା ଏକ ଲୁଗା ଦୋକାନରୁ ମଧ୍ୟ ଲୁଟ ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତ ମାନେ କପଡ଼ା ଦୋକାନର କବାଟରେ ଥିବା ତାଲା ଭାଙ୍ଗି ଦେଇଛନ୍ତି ଏବଂ ଦୋକାନରେ କୌଣସି ଚୋରି ହୋଇନଥିବା ଜଣାପଡିଛି ।

Leave a Reply