ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଲେ ଦୁଇ ପୋଲିସ କର୍ମଚାରୀ

ବିହାର : ବିହାର ମଧୁବନୀ ଜେଲର ନ୍ୟାୟାଳୟର ବିଚାରପତିଙ୍କୁ ମାଡ଼ ମାରିବା ଘଟଣା ଏବେ ଆହୁରି ତୀବ୍ର ରୂପ ନେବାରେ ଲାଗିଛି । କୈାଣସି କାରଣରୁ ବିଚାରପତି ଏବଂ ଦୁଇ ପୋଲିସ କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା । ନ୍ୟାୟାଧିଶ ଅବିନାଶ କୁମାରଙ୍କୁ ମାରପିଟ୍ କରିବା ଅଭିଯୋଗରେ ଝଞ୍ଝାରପୁରର ଦୁଇ ପୋଲିସ କର୍ମଚାରୀଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ନ୍ୟାୟାଧିଶ ଅବିନାଶ କୁମାର ଉଭୟ ପୋଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲେ ।

ନ୍ୟାୟାଧିଶଙ୍କ ଉପରେ ରୁଜ୍ଜୁ ହେଲା ମାମଲା :

ନ୍ୟାୟାଧିଶଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ପୋଲିସ କର୍ମୀ ନ୍ୟାୟାଧିଶଙ୍କ ସମେତ ୩ ଜଣଙ୍କ ଉପରେ ଆରୋପ ଲଗାଇଛନ୍ତି । ଏହି ଦୁଇ ପୋଲିସ କର୍ମଚାରୀଙ୍କ ନାଁ ଗୋପାଳ ପ୍ରସାଦ ଓ ଅଭମନ୍ୟୁ କୁମାର ବୋଲି ଜଣାପଡ଼ିଛି । ଉଭୟ ନ୍ୟାୟାଧିଶଙ୍କୁ ପାଲଟା ଜବାବ ଦେଇଛନ୍ତି । ଦୁହେଁ ନ୍ୟାୟାଧିଶ ଅବିନାଶ କୁମାରଙ୍କ ଉପରେ ଅପବ୍ୟବହାର, ଗାଳିଗୁଲଜ ଏବଂ ମାରପିଟର ଅଭିଯୋଗ କରିଛନ୍ତି । ଏଥିସହ ଉଭୟେ କହିଛନ୍ତି ଅବିନାଶ କୁମାର ତାଙ୍କୁ ଜୀବନରୁ ମାରି ଦେବାକ ଧମକ ଦେଇଛନ୍ତି । ଗୋପାଳ ପ୍ରସାଦଙ୍କ କହିବାନୁସାରେ ନିଜ ଜୀବନ ବଞ୍ଚାଇବା ପାଇଁ ସେ ଶୈାଚାଳୟରେ ଲୁଚି ଯାଇଥିଲେ । ପୋଲିସ ସେଠାରେ ପହଁଞ୍ଚିବା ପରେ ସେ ଶୈାଚାଳୟରୁ ବାହାରିଥିଲେ । ବର୍ତ୍ତମାନ ଉଭୟ ଦରଭଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଉଛି ।

ନ୍ୟାୟଧିଶ ଅବିନାଶ କୁମାରଙ୍କ କହିବା ଅନୁସାରେ ଏସଏଚଓ ଗୋପାଳ ପ୍ରସାଦ ଓ ଏସଆଇ ଅଭିମନ୍ୟୁ କୁମାରଙ୍କ ସହ ତାଙ୍କର ବଚସା ଆରମ୍ଭ ହେବା ପରେ ଉଭୟେ ରାଗିଯାଇ ତାଙ୍କୁ ମାରପିଟ କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରୁ ଜଣେ ପୋଲସ କର୍ମୀ ତାଙ୍କୁ ବନ୍ଧୁକ ଦେଖାଇଥିଲେ । ପାଟନା ହାଇକୋର୍ଟର ନିର୍ଦ୍ଦେଶନୁସାରେ ୨୯ ନଭେମ୍ବରରେ ଏହି ମାମଲାର ଶୁଣାଣି କରାଯିବ ।

 

Leave a Reply