ମଦ ନିଶାରେ ଡମ୍ପର ଚଢ଼ାଇ ଦୁଇଜଣଙ୍କୁ ହତ୍ଯା

କେନ୍ଦୁଝର: ମଦ ନିଶାରେ ଡମ୍ପର ଚଢ଼ାଇ ଦୁଇଜଣଙ୍କୁ ହତ୍ଯା। ମୃତକ ଘଷିପୁରା ଥାନା ନଦୁଆଁ ଗାଁର ପାଣୁ ପୃଷ୍ଟି ଓ ସଞ୍ଜୁଲତା ପଲେଇ। ଘଟଣା ଘଟାଇବାପରେ ଡମ୍ପର ଛାଡି ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଟି ଫେରାର ହୋଇଯିବାକୁ କରିଥିଲା ଉଦ୍ଯମ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଠି ରାଗରେ ଅନ୍ଯ ଜଣଙ୍କୁ ଡମ୍ପର ଚଢାଇବାକୁ ଉଦ୍ଯମ କରିଥିଲା । ସେହି ସମୟରେ ଡମ୍ପର ସାମ୍ନାକୁ ଆସିଯାଇଥିଲେ ପାଣୁ ପୃଷ୍ଟି ଓ ସଞ୍ଜୁଲତା ପଲେଇ। ଡମ୍ପର ଡ୍ରାଇଭର ଭଞ୍ଜ ପୃଷ୍ଟିକୁ ଗାଁ ଲୋକ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଉଭୟ ମୃତକ ଭଞ୍ଜ ପୃଷ୍ଟିର ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ।