spot_img

Latest Posts

ବାଟରେ ଛକି ବସିଥିଲା ମୃତ୍ୟୁ ; ଅକାଳରେ ଚାଲିଗଲା ୨ଜଣଙ୍କ ଜୀବନ

ଅନୁଗୋଳ : ଭୋଜି ଖାଇ ଫେରିବା ବେଳେ ଛକି ବସିଥିଲା ମୃତ୍ୟୁ। ଅନୁଗୋଳ ଜାତୀୟ ରାଜପଥ ୫୫ ମରାତିରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା କାର । କାରରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କନ୍ଦରସିଂହା ଗାଁର ଅମିତ ସାହୁ ଓ ଦେଉଳବେଡା ଗାଁର ବିସ୍ମୟ କୁମାର ଦାସ । ଗୁରୁତର ହେଲେ ବନ୍ତଳାର ଗୋପାଳ ସାହୁ । ତିନି ଜଣ ଏକ ବାହାଘର ଭୋଜିରେ ଯୋଗ ଦେଇ କାରରେ ଫେରୁଥିଲେ । ମରାତିରା ନିକଟରେ ଆଗରେ ଯାଉଥିବା ଏକ ଟ୍ରକ ପଛରେ ସେମାନଙ୍କ କାର ଭାରସାମ୍ୟ ହରାଇ ବାଡେଇ ହୋଇ ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଅମିତ ଏବଂ ବିସ୍ମୟଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ତାଳଚେର ଓ ଅନୁଗୁଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହେଉଛି । ତିନି ଜଣ ଭୋଜି ଖାଇ କାରରେ ହସି ଖୁସି ହୋଇ ଫେରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପକାଇ ଥିଲେ । ତେବେ ଭିଡିଓ ଅପଲୋଡ଼ କରିବାର କିଛି ସମୟ ପରେ ଯେ ମୃତ୍ୟୁ ସେମାନଙ୍କୁ ଏଭଳି ଡାକି ନେବ ସେମାନେ ଜାଣି ନଥିଲେ ।

Latest Posts

Don't Miss