କୁଟିଆ କନ୍ଧ ସମାଜରୁ ଦୁଇ ଜଣଙ୍କୁ ପ୍ୟାରେଡ ଦେଖିବାକୁ ଆମନ୍ତ୍ରଣ

1 min read

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ପ୍ରତି ରାଜ୍ୟରୁ ଆଦିବାସୀ ଅତିଥିମାନଙ୍କୁ କର୍ତ୍ତବ୍ୟ ପଥର VIP ଗ୍ୟାଲେରୀରେ ବସି ପ୍ୟାରେଡ ଦେଖିବାକୁ ଆମନ୍ତ୍ରଣ କରାଯାଇଥାଏ । ଚଳିତ ବର୍ଷ ଓଡ଼ିଶାରୁ କୁଟିଆ କନ୍ଧ ସମାଜରୁ ଦୁଇଜଣ ନିମନ୍ତ୍ରଣ ପାଇ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ସେମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବିଲାମାଳ ପଞ୍ଚାୟତର ବୀରେନ୍ଦ୍ର ମାଝୀ ଓ ବେଲଘର ପଞ୍ଚାୟତର ହାରାମଣି ଜାନି । ଉଭୟ ବେଲଘର କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ମୋନୋନୀତ ହୋଇ ଆସିଛନ୍ତି । ତାଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ ମଙ୍ଗଳ ଉନ୍ନୟନ ଅଧିକାରୀ ଦୀପକ କୁମାର ସାହୁ ଦିଲ୍ଲୀରେ ନେଇ ପହଞ୍ଚିଛନ୍ତି । ଆଗାମୀ ୧୦ ଦିନ ମଧ୍ୟରେ ସେ ଅନେକ କାର୍ଯ୍ୟକ୍ରମ ରେ ଯୋଗରେ ଦେବେ ।

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସହ ପରେଡ ମଧ୍ୟ ଦେଖିବେ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏ ନେଇ ସେମାନେ ଖୁବ୍ ଉତ୍ସାହିତ ଥିବା ନନ୍ଦିଘୋଷ ଟିଭିକୁ କହିଛନ୍ତି । ଓଡ଼ିଶା ସମେତ ୧୮ ଟି ରାଜ୍ୟ ର PVTG ସମ୍ପ୍ରଦାୟର ଅତିଥି ଏହି ପ୍ୟାରେଡ ଦେଖିବା ସୁଯୋଗ ପାଇବେ ।