ନିର୍ମାଣଧୀନ ଘରର ସ୍ୱରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁପାଳ ଗଡ଼ରେ ଅଘଟଣ । ନିର୍ମାଣଧୀନ ଘରର ସ୍ୱରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ । ସାଥୀ ଶ୍ରମିକଙ୍କୁ ବଞ୍ଚେଇବାକୁ ଯାଇ ଚାଲିଗଲା ଅନ୍ୟ ଜଣଙ୍କ ଜୀବନ । ଦୁଇ ଜଣଙ୍କ ଘର ହେଉଛି ପଶ୍ଚିମବଙ୍ଗର ବୀର ଭୁମିର । ଘର ମାଲିକ କାକଟପୁରର ଦେବ କୃପା ଦଳେଇ, ଘର କାମ କରିବାକୁ ପଶ୍ଚିମବଙ୍ଗର ଠିକାଦାରଙ୍କୁ ଦାୟିତ୍ବ ଦେଇଥିଲେ । ଆଜି 4 ଜଣ ଶ୍ରମିକ ଶିଶୁପାଳଗଡ଼ ରଘୁନାଥ ନଗର ନିର୍ମାଣ ଧୀନ ଘରର ସ୍ବରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲୁ ଥିଲେ ।

ଘର ମାଲିକଙ୍କ ପୁଅ ଓ ଦୁଇ ଶ୍ରମିକ ଅନ୍ୟ ଦୁଇ ଶ୍ରମିକଙ୍କୁ ସ୍ୱରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲିବାକୁ ମନା କରିଥିଲେ । ବାରଣ ସତ୍ବେ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ସେଣ୍ଟିଙ୍ଗ ଖୋଲିବାକୁ ଯାଇଥିଲେ । ଖୋଲିବା ସମୟରେ ଶ୍ବାସରୁଦ୍ଧ ହୋଇ ଜଣେ ଶ୍ରମିକ ଟାଙ୍କିରେ ପଡ଼ିଗଲେ । ଅନ୍ୟ ସହଯୋଗୀ ଜଣକ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଟାଙ୍କିରେ ଫସିଗଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଫ୍ୟାନ ଲଗାଇ ପଟା କାଟି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ବି ଉଭୟଙ୍କୁ ବଞ୍ଚାଇ ପାରି ନଥିଲେ । ଖବର ପାଇ ଘଟଣା ସ୍ଥଳରେ ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।