ପଞ୍ଚାୟତରେ ଅନିୟମିତତା ଅଭିଯୋଗରେ ଯାଜପୁର ଜିଲ୍ଲାର ଦୁଇ ପିଇଓ ନିଲମ୍ବିତ

ଯାଜପୁର: ବିଭିନ୍ନ ପଞ୍ଚାୟତରେ ଅନିୟମିତତା ଅଭିଯୋଗରେ ଯାଜପୁର ଜିଲ୍ଲାର ଦୁଇ ଜଣ ପିଇଓଙ୍କୁ ନିଲମ୍ବିତ କରିଛନ୍ତି ଯାଜପୁର ଜିଲ୍ଲାପାଳ । ବିଂଝାରପୁର ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିଲା । ଦୁର୍ନୀତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ମାହାଲାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା । ଅନ୍ୟପଟେ ବଡ଼ଚଣା ବ୍ଲକର ମଝିପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ଲକ୍ଷାଧିକ ଟଙ୍କା ତୋଷାରପାତ ହୋଇଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ତଦନ୍ତରେ ଦୁଇ ଜଣ ପିଇଓଙ୍କୁ ନିଲମ୍ବିତ କରାଯାଇଛି ।