ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ପଞ୍ଝାରେ ୨ ସରକାରୀ ବାବୁ

ବ୍ରହ୍ମପୁର: ଗତି କିଛି ଦିନ ହେବ କ୍ରମାଗତ ଭାବେ ଭିଜିଲାନ୍ସ ଜାଲରେ ଫସୁଛନ୍ତି ଅଫିସର ମାନେ। ଦୁର୍ନୀତିଖୋର ବାବୁମାନଙ୍କ ବିରୋଧରେ ଭିଜିଲାନ୍ସ ଟିମ୍ ଆକ୍ସନ ମଧ୍ୟ ନେଉଛି । ଏହିଭଳି ଅଭିଯୋଗରେ ଆଉ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ଗୁଣୁପୁର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢୀ ଭଜିଲାନ୍ସ ଜାଲରେ ଫସିଛନ୍ତି । ଉଦ୍ଧବଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଟିମ୍ । ଏଥିସହିତ  ବ୍ରହ୍ମପୁର ଭିଜିଲାନ୍ସର ୫ଟି ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ଡୁଙ୍ଗୁରିପାଲି ବ୍ଲକ ଚେରୁପାଲିର ପିଇଓ ଦୁର୍ଯ୍ୟୋଧନ ମେହେର ।

ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଯାହା ପରେ ପିଇଓଙ୍କ ସରକାରୀ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରାଯାଇଛି । ତେବେ ଏହି ଚଢ଼ାଉ ସମ୍ବଲପୁର ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ହୋଇଛି।

Leave a Reply