କୋରାପୁଟରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀ: ୧୧୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

1 min read

ଭୁବନେଶ୍ୱର: କୋରାପୁଟକୁ ଛୁଇଁଲା କରୋନା । କୋରାପୁଟରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟ କର୍ମୀ । ତାଙ୍କ ବୟସ ୨୨ ବର୍ଷ । ସେ କୋରାପୁଟ ଦାଶମନ୍ତପୁର ଅଞ୍ଚଳର ।  ସ୍ୱସ୍ଥ୍ୟକର୍ମୀ ଜଣଙ୍କ ନର୍ସ ।  ସେ ପଶ୍ଚିମବଙ୍ଗ ଫେରନ୍ତା । କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଟ୍ରାଭେଲ ହିଷ୍ଟ୍ରୀ ରହିଥିବା ଯୋଗୁଁ ତାଙ୍କୁ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ନମୁନା ପରୀକ୍ଷଣ କରାଯାଇଥିଲା । ଫେରିବା ପରଠାରୁ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ତାଙ୍କ ଦ୍ୱାରା କେହି ଆକ୍ରାନ୍ତ ହୋଇନଥିବା ନେଇ ଆଶା କରାଯାଉଛି ।   ଅନ୍ୟ ଜଣେ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର । ସେ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଦେଇନଥିଲା ।

କିନ୍ତୁ ବାହାର ରାଜ୍ୟର ଟ୍ରାଭେଲ ହିଷ୍ଟ୍ରୀ ଥିବା ଯୋଗୁଁ ତାଙ୍କ ନମୁନା ପରୀକ୍ଷଣ ହୋଇଥିଲା । ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି । ଏଯାବତ୍ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ସୂଚନା ଯୋଗ୍ୟଯେ, ରାଜ୍ୟର ମୋଟ ୧୦ ଜିଲ୍ଲାରୁ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯେଉଁଗୁଡ଼ିକ ମଧ୍ୟରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼, ଢ଼େଙ୍କାନାଳ । କିଛି ରୋଗୀ ସୁସ୍ଥ ହେବା ସହ ରାଜ୍ୟର ମୋଟ ୫ ଜିଲ୍ଲା କରୋନା ମୁକ୍ତ ହୋଇଥିଲା । କିନ୍ତୁ ପୁଣି ସନ୍ଦରଗଡ଼ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ସୋମବାର ପୁଣି ଏକ ନୂଆ ଜିଲ୍ଲା ଅର୍ଥାତ କୋରାପୁଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟର ମୋଟ ୭ ଜିଲ୍ଲାରେ କରୋନା ଆକ୍ରାନ୍ତ ମାମଲା ଆକ୍ଟିଭ୍ ରହିଛି ।

 

Leave a Reply