କୋରାପୁଟରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀ: ୧୧୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
1 min readଭୁବନେଶ୍ୱର: କୋରାପୁଟକୁ ଛୁଇଁଲା କରୋନା । କୋରାପୁଟରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟ କର୍ମୀ । ତାଙ୍କ ବୟସ ୨୨ ବର୍ଷ । ସେ କୋରାପୁଟ ଦାଶମନ୍ତପୁର ଅଞ୍ଚଳର । ସ୍ୱସ୍ଥ୍ୟକର୍ମୀ ଜଣଙ୍କ ନର୍ସ । ସେ ପଶ୍ଚିମବଙ୍ଗ ଫେରନ୍ତା । କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଟ୍ରାଭେଲ ହିଷ୍ଟ୍ରୀ ରହିଥିବା ଯୋଗୁଁ ତାଙ୍କୁ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବା ସହ ନମୁନା ପରୀକ୍ଷଣ କରାଯାଇଥିଲା । ଫେରିବା ପରଠାରୁ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା ତାଙ୍କ ଦ୍ୱାରା କେହି ଆକ୍ରାନ୍ତ ହୋଇନଥିବା ନେଇ ଆଶା କରାଯାଉଛି । ଅନ୍ୟ ଜଣେ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର । ସେ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଦେଇନଥିଲା ।
2nd Health Update, 27th April
02 New Positive cases.
One positive case in Koraput (Dasmantapur)
22 Yrs Male, Health worker (Asymptomatic)One positive case in Balasore
32 Yrs Male (West Bengal returnee)Total Positive Case: 110
— I & PR Department, Odisha (@IPR_Odisha) April 27, 2020
କିନ୍ତୁ ବାହାର ରାଜ୍ୟର ଟ୍ରାଭେଲ ହିଷ୍ଟ୍ରୀ ଥିବା ଯୋଗୁଁ ତାଙ୍କ ନମୁନା ପରୀକ୍ଷଣ ହୋଇଥିଲା । ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି । ଏଯାବତ୍ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୦ ଜିଲ୍ଲାକୁ ବ୍ୟାପିଛି କରୋନା : ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ
ସୂଚନା ଯୋଗ୍ୟଯେ, ରାଜ୍ୟର ମୋଟ ୧୦ ଜିଲ୍ଲାରୁ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯେଉଁଗୁଡ଼ିକ ମଧ୍ୟରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼, ଢ଼େଙ୍କାନାଳ । କିଛି ରୋଗୀ ସୁସ୍ଥ ହେବା ସହ ରାଜ୍ୟର ମୋଟ ୫ ଜିଲ୍ଲା କରୋନା ମୁକ୍ତ ହୋଇଥିଲା । କିନ୍ତୁ ପୁଣି ସନ୍ଦରଗଡ଼ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ସୋମବାର ପୁଣି ଏକ ନୂଆ ଜିଲ୍ଲା ଅର୍ଥାତ କୋରାପୁଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟର ମୋଟ ୭ ଜିଲ୍ଲାରେ କରୋନା ଆକ୍ରାନ୍ତ ମାମଲା ଆକ୍ଟିଭ୍ ରହିଛି ।