ରାଜ୍ୟର ଦୁଇ ଏନଏସିରେ କିଏ କରିବ ବାଜିମାତ ? ସକାଳ ୮ଟାରୁ ଗଣତି

ଭୁବନେଶ୍ବର: ରାଜ୍ୟର ଦୁଇ ଏନଏସିରେ କିଏ କରିବ ବାଜିମାତ । କାହାକୁ ଭରସା କରିଛନ୍ତି ଜନସାଧାରଣ । ଆଜି ପ୍ରକାଶ ପାଇବ ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛିଛନ୍ତି ଜନତା । ୧୬ଟି ଓ୍ବାର୍ଡରେ ୯ହଜାର ୮୬୩ ମତଦାତା ରହିଥିବା ବେଳେ ୮୮ପ୍ରତିଶତ ମତଦାନ ହୋଇଛି ।
୫୦ ଜଣ କାଉନସିଲର ଓ ୩ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ସେହିପରି ଅତାବିରାରେ 74 ପ୍ରତିଶତ ମତଦାନ ହୋଇଛି । ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।