ପୁଣି ଦୁଇ ହାର୍ଡକୋର‌୍‌ ମାଓବାଦୀଙ୍କ ସରେଣ୍ଡର…

Two More Hard Core Maoist Surrendered near Malakangiri Police.

ମାଲକାନଗିରି: ପୁଣି ୨ ହାର୍ଡକୋର୍‌ ମାଓବାଦୀ ସାମିଲ ହେଲେ ମୁଖ୍ୟ ସ୍ରୋତରେ । ମାଲକାନଗିରି ପୋଲିସ୍‌ ନିକଟରେ ୨ ହାର୍ଡକୋର୍‌ ମାଓବାଦୀଙ୍କ ଆତ୍ମସମର୍ପଣ କରିବା ପରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଜଣେ ମହିଳା ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି ଆତ୍ମସମର୍ପଣ କରିଛନ୍ତି । ଏମାନେ ଦୀର୍ଘଦିନ ଧରି ମାଓ ସଙ୍ଗଠନରେ ରହି ବହୁ ପ୍ରମୁଖ କାର୍ଯ୍ୟ ତୁଲାଉ ଥିଲେ । କାନା ମାଡ଼ି ଏସିଏମ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

Mao Surrender

ସେହିପରି ଲାକେ ପୁନେମ ମାଓ ସଂଗଠନର ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରେ ଓ ପୋଲିସର କାର୍ଯ୍ୟକ୍ରମ ଦେଖି ଏମାନେ ମାଓ ସଂଗଠନ ଛାଡ଼ି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏହି ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଶକ୍ତ ଝଟ୍‌କା ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସ୍‌ପି ଅପିଲ କରିଛନ୍ତି ।

Leave a Reply