ପୌର ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୨ ଦିନ, ପ୍ରଚାର କରୁଛନ୍ତି ହେଭିଓ୍ୱେଟ ଓ ସିନେ ତାରକା

ଭୁବନେଶ୍ୱର: ପୌର ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୨ ଦିନ ସମୟ ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଘର ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଲୋକଙ୍କ ନିକଟରେ ପହଞ୍ଚି ସୁବିଧା ଅସୁବିଧା ବୁଝିବା ସହ ବିଭିନ୍ନ ମୁଦ୍ଦା ରଖୁଛନ୍ତି ଆଶାୟୀ ପ୍ରାର୍ଥୀ । ହେଭିଓ୍ୱେଟ ସାଙ୍ଗକୁ ସିନେ ତାରକାଙ୍କୁ ନେଇ ରାଲି ଶୋଭାଯାତ୍ରା କରୁଛନ୍ତି ରାଜନୈତିକ ଦଳ । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ପର୍ଯ୍ୟନ୍ତ ସବୁଠି ସରଗରମ ମାହୋଲ ।

ପଞ୍ଚାୟତ ନିର୍ବାଚନରେ ବିରୋଧୀ ପରାଜୟ ଗ୍ରହଣ କରିଥିବାରୁ ପୌରରେ ଜୋରଦାର କସରତ କରିଛନ୍ତି ବିରୋଧୀ ଦଳ । ବିଭିନ୍ନ ଜନହିତକର ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜେଡି । ସୋସିଆଲ ମିଡିଆରେ ପ୍ରଚାରକୁ ବି ଅଧିକ ଫୋକସ କରିଛି ଦଳ । ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ଜନ ସମର୍ଥନ ସାଉଁଟିବାକୁ କଳବଳେ କୌଶଳ କରୁଛି ।