ଝାରସୁଗୁଡ଼ା/ ସମ୍ୱଲପୁର: ବୁଧବାର ଝାରସୁଗୁଡାରେ ଓ ସମ୍ବଲପୁରରେ ଉଦଘାଟିତ ହେଲା ୨ କୋଭିଡ୍ ହସ୍ପିଟାଲ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଦୁଇ ମେଡିକାଲକୁ ଉଦଘାଟନ କରିଛନ୍ତି । ୧୦ଟି ଆଇସିୟୁ ସହ ଶହେ ଶର୍ଯ୍ୟା ବିଶିଷ୍ଟ ଝାରସୁଗୁଡାରେ କୋଭିଡ୍ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକତ୍ସା କରାଯିବ ।

ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ ଏହି ମେଡିକାଲକୁ କାର୍ଯ୍ୟକାରୀ ଏବଂ ପରିଚାଳନା କରିବେ । ଏଥିରେ ୨୭ ଜଣ ଡାକ୍ତର, ୧୪ ଜଣ ଷ୍ଟାପ ନର୍ସ, ୧୪ ଜଣ ଫାର୍ମାସିଷ୍ଟ ନିୟୋଜିତ ହେବେ ।

ସେହିଭଳି ସମ୍ବଲପୁରର କୋଭିଡ୍ ହସପିଟାଲରେ ୨୦ଟି ଆଇସିୟୁ , ୧୦ଟି ଏସ୍ଡିୟୁ ସହ ୨୦୦ ଶର୍ଯ୍ୟା ରହିଛି । ଏହା ସହ ଆଜିଠାରୁ ବୁର୍ଲା ଭିମସାର ମେଡିକାଲରେ ବିଦ୍ଧିବଦ୍ଧ ଭାବେ କରୋନା ଟେଷ୍ଟ କରାଯାଇଛି । ପନ୍ଦରଦିନ ଭିତରେ ବଲାଙ୍ଗୀର ମେଡିକାଲରେ କୋଭିଡ୍ ପରୀକ୍ଷା କେନ୍ଦ୍ର ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

