ବାଇକ ଅଟକାଇ ଯୁବକଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ

ଦିନ୍ଦୋଳ: ବାଇକରେ ଯାଉଥିଲେ ଯୁବକ । ଅନ୍ୟ ଏକ ବାଇକରେ ଆସି ଅଟକାଇଲେ ଦୁଇ ଜଣ । ଆଉ କିଛି ବୁଝିବା ପୂର୍ବରୁ କଲେ ଫାୟରିଂ । ଏମିତି ଘଟଣା ଘଟିଛି ହିନ୍ଦୋଳ ନୂଆ ବାଗ ଶନି ମନ୍ଦିର ନିକଟରେ । ମୃତକ ଯୁବକ ଜଣଙ୍କ ମହଲୁଣ୍ଡା ଗାଁର ସୁବାସ ସାହୁ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ସୁବାସ  ବାଇକ ନେଇ ଯାଉଥିଲା ବେଳେ ଦୁର୍ବୃତ୍ତମାନେତାଙ୍କୁ ଅଟକାଇ ଗୁଳି ମାଡ଼ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଗୁଳିମାଡ଼ କରିବା ପରେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ରାସୋଳ ପୋଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତଠାରୁ ଏକ ବନ୍ଧୁକ ଜବତ କରାଯାଇଛି । ସୁବାସ ଫାଇନାନ୍ସ କର୍ମଚାରୀ ହୋଇଥିବାରୁ ତାଙ୍କ ଠାରୁ ଲୁଟ ପାଇଁ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ପୋଲିସ ତଦନ୍ତ ଜାରି ରଖିଛି ।