ପାଳଗଦା ନିଆଁରେ ପୋଡି ଗଲେ ଦୁଇ ଶିଶୁ

ରାୟଗଡା: କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାଳ ଗଦାରେ ନିଆଁରେ ଜୀବନ୍ତ ଜଳିଗଲେ ଦୁଇ ଶିଶୁ । ଦୁଇ ଜଣ ଶିଶୁ ହେଲେ ପାଞ୍ଚ ବର୍ଷର କୁମାରୀ ମାଝୀ ଓ ତିନି ବର୍ଷର ବିଦ୍ୟା ମାଝୀ । ନିଆଁର ଭୟବହତା ଏତେ ପରିମାଣର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟ ଶିଶୁଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଦୂର୍ଯ୍ୟୋଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ନିଆଁ ଲଗାଉ ଥିଲେ । ଏବଂ ସେହି ପାଖରେ ହିଁ ଦୁଇ ଭଉଣ ବସିଥିଲେ । ହେଲେ ସେହି ସମୟରେ ହଠାତ ପାଳଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ସେମାନେ ନିଆଁରେ ପୋଡ଼ି ହୋଇ ଯାଇଥିଲେ।

ପାଳଗଦାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ଦୁଇ ଶିଶୁ ବାହାରକୁ ଆସିପାରିନଥିଲେ । ଫଳରେ ଦୁହେଁ ସେହି ନିଆଁରେ ପୋଡି ହୋଇଯାଇଥିଲେ । ଏବଂ ଘଟଣାସ୍ଥଳରେ ପୋଡିହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply